କମିଲା ସୁନା ଓ ରୁପା ଦାମ୍

ନୂଆଦି‌ଲୀ, (‌ୱାଇଏନ୍‌ଏସ୍ ): ଏମସିଏକ୍ସରେ ସୁନାର ଦାମ୍ ୦.୦୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ରୁପା ମଧ୍ୟ ୦.୧୫ ପ୍ରତିଶତ ଖସିଛି । ଯାହାର ଦାମ୍ ଘରୋଇ ବଜାର ଉପରେ ପଡିଛି ।ସୁନା ୦.୦୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୫୮୦ ଟଙ୍କାରେ ରହିଛି । ସେହିପରି ରୁପା ମଧ୍ୟ କେଜି ପିଛା ୬୬,୮୮୪ ଟଙ୍କାକୁ ଖସି ଆସିଛି । ଗତ କାରବାର ଦିନରେ ମଧ୍ୟ ସୁନା ୦.୫ ପ୍ରତିଶତ ହ୍ରାସ ପାଇଥିଲା ।ଗତବର୍ଷ ଅଗଷ୍ଟରେ ସୁନା ସର୍ବାଧିକ ୫୬୨୦୦ ଟଙ୍କାରେ ପହଁଚିଥିଲା । ଏବେ କିନ୍ତୁ ସୁନାର ଚାହିଦା କମିଛି । ଦାମ୍ ମଧ୍ୟ ଖସିଛି । ୪୪ ହଜାର ସ୍ତରରେ ପହଁଚିଛି ଏହି ହଳଦିଆ ଧାତୁ । ଏହି ହିସାବକୁ ଦେଖିଲେ ସୁନା ୧୨୨୦୦ ଟଙ୍କା କମିଲାଣି । ଏବେ ଏହା ସର୍ବାଧିକ ମୂଲ୍ୟ ତୁଳନାରେ ୧୦ ହଜାର ଟଙ୍କା ଶସ୍ତାରେ ମିଳୁଛି ।ଦିଲ୍ଲୀର ଗହଣା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୯,୨୮୦ ଟଙ୍କା ଥିବା ବେଳେ ଚେନ୍ନାଇରେ ୪୭,୭୨୦ ଟଙ୍କା ଓ ମୁମ୍ବାଇରେ ୪୫୭୨୦ ଟଙ୍କା ରହିଛି ।ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିବେଶକମାନେ ସୁନା ବିକ୍ରି କରିଦେଉଛନ୍ତି । ଆମେରିକାରେ ସୁନାର କାରବାର ୫.୫୦ ଡଲାର ହ୍ରାସ ପାଇ ଆଉନ୍ସ ପିଛା ୧,୭୩୮.୫୨ ଡଲାର ରହିଛି । ରୁପା ୦.୧୧ ଡଲାର ହ୍ରାସ ପାଇ ୨୫.୧୫ ଡଲାର ସ୍ତରରେ ପହଁଚିଛି । ତେବେ ଏହି ସମୟରୁ ସୁନାରେ ନିବେଶ ପାଇଁ ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି । କାରଣ ଏବେ ନିବେଶ କଲେ ଏପ୍ରିଲ ମାସ ଶେଷରେ ଦାମ୍ ବଢିବାର ସମ୍ଭାବନା ରହିଛି । ଫଳରେ ଭଲ ଲାଭ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ