ଭକ୍ତଙ୍କ ବିନା ମା ମଙ୍ଗଳାଙ୍କ ଝାମୁଯାତ୍ରାର ତୃତୀୟ ପାଳି ଯାତ୍ରା ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ): ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ପାରମ୍ପରିକ ପ୍ରଥା ଅନୁସାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଯାଇଛି ଏକ ମାସ ବ୍ୟାପି ଝାମୁଯାତ୍ରା । ଆଜି ତୃତୀୟ ପାଳି ଯାତ୍ରା । ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ କରୋନାର ଦ୍ଵିତୀୟ ଲହରୀ ପାଇଁ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଆଜି ପ୍ରାତଃ ରେ ମାଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା. ପରମ୍ପରା ଅନୁସାରେ ମଧ୍ୟାହ୍ନରେ ନୀତିକାନ୍ତି ଭିତରେ ମା’ଙ୍କ ବେଢା ମଧ୍ୟରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ମଧ୍ୟ ରାତ୍ରରେ ମାଙ୍କ ବେଢା ମଧ୍ୟରେ କଳିକା ନୃତ୍ୟ ଅନୁଷ୍ଠିତ ହେବ । କେବଳ ସେବକ ଓ ସୀମିତ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଥିଲା । ତୃତୀୟ ପାଳି ଯାତ୍ରା ପାଇଁ କାକଟପୁର ଚଳଚଞ୍ଚଳ ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ