ପଣା ସଂକ୍ରାନ୍ତି ରେ ଘରେ ଘରେ ଚଉରାରେ ଲାଗିହେଲା ପଣା 

ନିମାପଡା (ସନ୍ତୋଷ ଦାଶ ) : ଆଜି ମହାବିଶୁଭ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ଘର ର ପରମ୍ପରା ଅନୁସାରେ ପ୍ରତେକ ଘର ତୁଳସୀ ଚଉରା ରେ ଲାଗି ହୋଇଛି ପଣା । କଦଳୀ, ଆମ୍ବ, ବେଲ, ନଡ଼ିଆ, ଛେନା, କ୍ଷୀର, ପ୍ରଭୁତି ରେ ପଣା ପ୍ରସ୍ତୁତ କରାଯାଇ ଗ୍ରାମ ଦେବତୀ ଓ ବୃନ୍ଦାବତୀ ଙ୍କୁ ପୂଜା କରାଯାଇଥିଲା । ଚଉରା ଉପରେ ଏକ ମାଟି ଘଡି ରେ ଛିଦ୍ର କରାଯାଇ ଟଂଗାଯାଇଥିଲା । ସେହି ଘଡି ରେ ପୂଜା ହୋଇଥିବା ପଣା କୁ ଢଳାଯାଇଥିଲା । ଛିଦ୍ର ଦେଇ ଟୋପାଏ ଟୋପାଏ ପଣା ଚଉରା ର ତୁଳସୀ ଗଛ ଉପରେ ପଡିଥିଲା । ଅବଶିଷ୍ଟ ପଣା କୁ ପ୍ରସାଦ ଭାବେ ଶ୍ରଦ୍ଧାଳୁ ମାନେ ଗ୍ରହଣ କରିଥିଲେ । ସବୁଦିନ ପ୍ରାତଃ ରେ ସ୍ନlନ କରି ଏହି ଘଡି ରେ ଶୁଦ୍ଧ ଜଳ ଭର୍ତି କରାଯିବ । ଏହିପରି ଭାବେ ଆର ମାସ ସଂକ୍ରାନ୍ତି ପର୍ଯ୍ୟନ୍ତ ଚଉରା ରେ ପାଣି ଲାଗି କରାଯିବ । ଓଡ଼ିଆ ଘରେ ଚଉରା କୁ ମନ୍ଦିର ଓ ତୁଳସୀ କୁ ଠାକୁର ଭାବେ ବିବେଚନା କରାଯାଇଥାଏ । ଗ୍ରୀଷ୍ମପ୍ରବାହ ରେ ତୁଳସୀ ବୃକ୍ଷ କୁ ବଞ୍ଚାଇବାକୁ ଓ ସତେଜ ରଖିବାକୁ ଏପରି ପ୍ରଥା ର ପ୍ରଚଳନ କରାଯାଇଥିବା ଅନୁମାନ କରାଯାଇଥାଏ । ପ୍ରାଚୀ ଉପତ୍ୟକା ର ପ୍ରତେକ ମନ୍ଦିର ରେ ଶ୍ରଦ୍ଧାଳୁ ମାନେ ପଣା ଲାଗି କରାଯାଇଥିଲା । ପଣlସଂକ୍ରାନ୍ତି ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ