୧୦୮ ଦିପ ପ୍ରଜ୍ଜଳନ କରି ନୂତନ ବର୍ଷକୁ ସ୍ୱାଗତ

ଅନୁଗୋଳ, (ଯୁଗାବ୍ଦ ନ୍ୟୁଜ) : ସନାତନ ସଂସ୍କୃତିର ମାନ୍ୟତାଅନୁସାରେ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ସୃଷ୍ଟିର ରଚୟିତା ପରମପିତା ପରମେଶ୍ୱର ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରାଯାଇଥିଲା । ଏଣୁ, ଏହିଦିନକୁ ସୃଷ୍ଟିର ଆରମ୍ଭ ଦିବସ କୁହାଯାଏ । ଏହି ତିଥିରେ ଭଗବାନ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧଷ୍ଠିର ଓ ରାଜା ବିକ୍ରମାଦିତ୍ୟଙ୍କ ମଧ୍ୟ ରାଜ୍ୟାଭିଷେକ ହୋଇଥିବା ନେଇ ପୌରାଣିକ ମତ ରହିଥିବା କୁହାଯାଇଛି । ଏ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ନବବର୍ଷ ପାଳନ କମିଟି ତରଫରୁ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ମନ୍ଦିର ବାଇଶି ପାହାଚରେ ପ୍ରାତଃ ୫.୩୦ ସମୟରେ ସୂର୍ଯ୍ୟ ପୂଜା ସହିତ ୧୦୮ ଦିପ ପ୍ରଜ୍ଜଳନ କରି ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା । ପରେ ପରେ କରୋନା ମହାମାରୀ କବଳରୁ ସାରା ବିଶ୍ୱକୁ ମୁକ୍ତି ଓ କଲ୍ୟାଣ ଉଦ୍ଦେଶ୍ୟରେ ଅଚ୍ୟୁତ-ଅନନ୍ତ-ଗୋବିନ୍ଦ ସମ୍ମୂର୍ଣ୍ଣ ଦ୍ୱାରା ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା । ପରିଶେଷରେ ବେଦଭବନ ଠାରେ ଏକ ଧର୍ମ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ଜୀ ମହାରାଜ ଯୋଗଦେଇ ଆଜିର ଦିବସରେ ସୂର୍ଯ୍ୟ ପୃଥିବୀ ବକ୍ଷକୁ ଆଲୋକିତ କରିଥିଲେ ବୋଲି କହିଥିବା ବେଳେ ବିଭେଦତା ଭିତରେ ଅଭେଦତାର ଉତ୍‌ଥାନ ହିଁ ସଂସ୍କୃତି ବୋଲି ମତ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ଶାସ୍ତ୍ରାନୁମୋଦିତ ଧର୍ମ ହିଁ ଶ୍ରେଷ୍ଠ ଧର୍ମ ଯାହା ସନାତନ ହିନ୍ଦୁ ଧର୍ମ ବୋଲି ମୁଖ୍ୟ ଅତିଥି ଦୃଢ଼ୋକ୍ତି ବାଢ଼ିଥିଲେ । ମୁଖ୍ୟ ବକ୍ତା ଭାବେ ଆଦିତ୍ୟ ବାହୀନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସ୍ୱାମୀ କୃଷ୍ଣାଦାସନନ୍ଦ ସରସ୍ୱତୀ, ସ୍ୱାମୀ ରାମାଶରଣାନନ୍ଦ ସ୍ୱରସ୍ୱତୀଜୀ, ବାବା ପ୍ରଭୂପାଦ ଦାସ ଜୀ, ସ୍ୱାମୀ ସ୍ୱରୁପାନନ୍ଦ ସ୍ୱରସ୍ୱତୀ ଜୀ ପ୍ରମୁଖ ସନାତନ ବୈଦିକ ପରମ୍ପରା ଉପରେ ମାର୍ଗ ଦର୍ଶନ କରିଥିଲେ । ପଣ୍ଡିତ ରୋହିତ କୁମାର ଦାସ ମଂଚ ସଂଯୋଜନା କରିଥବା ବେଳେ ଆଦିତ୍ୟ ବାହୀନୀ ଅନୁଗୋଳ ଶାଖା ସଭାପତି ବାସୁଦେବ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅନିମା ଆଚାର୍ଯ୍ୟ ଗୁରୁବନ୍ଦନା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବାହୀନି ସମ୍ପାଦକ ପର୍ଶୁରାମ ଦାସ, ସୁଧୀର କୁମାର ମିଶ୍ର, କିଶୋର ସାହୁ, ମାନସ ରଞ୍ଜନ ମିଶ୍ର, ସୌରୀ ରଞ୍ଜନ ପଣ୍ଡା, ସୁରେଶ ସାହା, ପଦ୍ମ ଚରଣ ପ୍ରଧାନ, ସାଗର ସୌଭାଗ୍ୟ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ