BIS ଲାଇସେନ୍ସ ନବୀକରଣରେ ମିଳିବ ୫୦ % ରିହାତି

ନୂଆଦିଲ୍‌ଲ୍ଲୀ, (‌ୱାଇଏନ୍‌ଏସ୍‌): କେନ୍ଦ୍ର ସରକାର ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂତନ BIS ଲାଇସେନ୍ସ ଏବଂ ସାର୍ଟିଫିକେଟର ବାର୍ଷିକ ନବୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ କରିଛନ୍ତି । ଏହି ସେବା ଏବେ ମାଗଣାରେ ମିଳିବ, ଏବଂ ଏହାକୁ ର e BIS ପୋର୍ଟାଲରୁ ଡାଉନଲୋଡ କରାଯାଇପାରିବ । BIS, ବସ୍ତୁର ଗୁଣବତ୍ତା ନିର୍ଦ୍ଧାରଣ କରିବାର ସରକାରୀ ସଂସ୍ଥା ଅଟେ । କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରାଳୟ ମନ୍ତ୍ରୀ ପିୟୁଷ ଗୋଏଲ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି ସରକାର ଷ୍ଟାର୍ଟ ଅପ, ଲଘୁ ଉଦ୍ୟୋଗ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂଆ ବିଆଇଏସ ସାର୍ଟିଫିକେସନ ଉପରେ ୫୦ ପ୍ରତିଶତ ଛାଡର ନିଷ୍ୱତ୍ତି ନେଇଚନ୍ତି । ଏବଂ ଲାଇସେନ୍ସ ନବୀକରଣରେ ୧୦ପ୍ରତିଶତ ଛାଡ ଦିଆଯିବ । ଏହାଦ୍ୱାରା ସରକାରଙ୍କ ‘ଲୋକାଲ ଫର ଭୋକାଲ’ ଅଭିଯାନକୁ ପ୍ରୋତ୍ସାହିତ ହେବ ।BIS ମହାନିର୍ଦ୍ଦେଶକପ୍ରମୋଦ କୁମାର ତିୱାରୀଙ୍କ କହିବା ଅନୁଯାୟୀ ଏଥିରେ ଲାଇସେନ୍ସରେ ଛାଡ ଅପେକ୍ଷା ଅଧିକ କଂପାନୀ ଲାଇସେନ୍ସ ଏବଂ ପ୍ରମାଣନ ସଂସ୍ଥାର ଅଧିନରେ ଆସିବେ । ସେ କହିଛନ୍ତି ଲାଇସେନ୍ସର ପାଇଁ ସର୍ବନିମ୍ନ ବାର୍ଷିକ ମୂଲ୍ୟ ଅଲଗା ଅଲଗା ଉତ୍ପାଦନ ପାଇଁ ଅଲଗା ଅଲଗା ରହିଛି । । ସେ କହିଛନ୍ତି ଲାଇସେନ୍ସ ଜାରି କରିବା ଏବଂ ନବୀକରଣ ସହିତ ସାର୍ଟିଫିକେଟ ପ୍ରଦାନର ପୁରା ପ୍ରକ୍ରିୟା ର e BIS ପୋର୍ଟାଲ ମାଧ୍ୟମରେ ହୋଇପାରିବ । ଏହା ସହ ସେ କହିଛନ୍ତି ପୂର୍ବରୁ ଲାଇସେନ୍ସଧାରୀଙ୍କୁ ୨୦% ଛାଡ ଦିଆଯାଉଥିଲା ଏବେ ୧୦ % ଅତିରିକ୍ତ ଛାଡ ଦ୍ୱାରା ସେମାନଙ୍କୁ ଅଧିକ ଫାଇଦା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ