ପୁଣି ଜଣେ କଂଗ୍ରେସ ପ୍ରାର୍ଥୀଙ୍କର କରୋନାରେ ମୃତ୍ୟୁ

ପଶ୍ଚିମବଙ୍ଗ, (‌ୱାଇଏନ୍‌ଏସ୍‌): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ଜଣେ କଂଗ୍ରେସ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ସମସେରଗଞ୍ଜ ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ରିଜାଉଲ ହକଙ୍କ ଗୁରୁବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । କରୋନା ସଂକ୍ରମିତ ହେବା ପରେ କଂଗ୍ରେସ ନେତା ରିଜାଉଲ୍ ହକ୍ କୋଲକାତାର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ରିଜାଉଲଙ୍କ ମୃତ୍ୟୁ ସମ୍ପର୍କରେ ସୁଚନା ଦେଇଛନ୍ତି ବଙ୍ଗଳା କଂଗ୍ରେସ ସଚିବ ରୋହନ୍ ମିତ୍ର । ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ତାଙ୍କର ଏପରି ମୃତ୍ୟୁ ହୋଇଥିବା ଖବର ସମସ୍ତ ଦଳୀୟ କର୍ମୀଙ୍କୁ ମର୍ମାହତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ