ସିଆରପି, ଏମବିକେ ଚୟନର ଅନିୟମିତତା ପ୍ରତିବାଦରେ ଚାରି ପଞ୍ଚାୟତର ମହିଳାଙ୍କ ଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ଗତ କିଛି ଦିନ ଧରି ମହିଳା ମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ସିଆରପି, ଏମବିକେ ଚୟନରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ମହିଳା ମାନେ ବ୍ଲକ, ଜିଲା ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଅବଗତ କରାଇଛନ୍ତି । ଏହା ମଧ୍ୟରେ କେତେକ ପଞ୍ଚାୟତରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ମଧ୍ୟ ଦେଇସାରିଛନ୍ତି । ମାତ୍ର ବ୍ଳକ ଓ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି । ମହିଳା ମାନଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି । ଏହି ଘଟଣାକୁ ପ୍ରଶାସନ ସମାଧାନ କରିବା ପରିବର୍ତ୍ତେ ମହିଳା ମାନଙ୍କ ଅସନ୍ତୋଷକୁ ଆହୁରି ତୀବ୍ର କରିବାରେ ସହାୟକ ହେଉଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ଆଜି ଗଣିଜାଙ୍ଗ, ଛୟାଳସିଂ, କେନ୍ଦୁଆପଦା, ନିଳୋକ ଆଦି ପଞ୍ଚାୟତର ବହୁ ମହିଳା ନ୍ୟାୟ ପାଇବା ଦାବୀରେ ରାଜରାସ୍ତାକୁ ଓହ୍ଳାଇ ଥିବା ଦେଖିବାକୁ ମିଳିଛି । ଉପରୋକ୍ତ ପଞ୍ଚାୟତର ମହିଳା ମାନେ ପି.ଏନ.ବି ଛକ ଠାରୁ ଶୋଭାଯାତ୍ରାରେ ବାହାରି ଦୁର୍ନୀତି ବିରୋଧୀ ନାରା ଦେଇ ବ୍ଲକ ସମ୍ମୁଖରେ ପହଞ୍ôଚ ଧାରଣାରେ ବସିଥିଲେ । ବ୍ଲକ ଜ୍ୟୋତିର୍ମୟୀ ମହିଳା ମହାସଂଘର ସଭାନେତ୍ରୀ କମଳା ଜେନା, ସମ୍ପାଦିକା ଉଷାରାଣୀ ବେହେରା, ସହସମ୍ପାଦିକା ଶୁଭଲକ୍ଷ୍ମୀ ନାୟକ, ସୁକାନ୍ତୀ ପଢିଆରୀ, ମାଳତୀ ଜେନା, ତୁଳସୀ ନାୟକଙ୍କ ନେତୃତ୍ୱରେ ଇତିଶ୍ରୀ ସେଠୀ, ରୀତାଞ୍ଜଳୀ ମଲ୍ଲିକ, ଅପର୍ଣ୍ଣା ସୁତାର, ରଙ୍ଗଲତା ସାହୁ, ସାବିତ୍ରୀ ବେହେରା, ମଞ୍ଜୁଲତା ସାହୁ, ଲିଜା ସେଠୀ, କବିତା ସେଠୀ, ବିଦ୍ୟୁତପ୍ରଭା ସାହୁଙ୍କ ସମେତ ବହୁ ମହିଳା ସାମିଲ ଥିଲେ । ୭ ଦିନ ପୂର୍ବରୁ ନୋଟିସ ଲଗା ନଯିବା, ଅଭିଯୋଗର ୭ ଦିନ ପରେ ପରୀକ୍ଷା କରିବା ପରିବର୍ତ୍ତେ ୩ ଦିନରେ ପରୀକ୍ଷା କରିବା, ମାର୍କ ଦେବାରେ ପାତର ଅନ୍ତର କରିବା, ନକଲି ପ୍ରମାଣ ପତ୍ର ଦେଇ ଯୋଗ୍ୟ ବିବେଚିତ ହେବା ଆଦି ବିଭିନ୍ନ ଅନିୟମିତତା ହୋଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ପରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ଧାରଣା ସ୍ଥଳରେ ପହଞ୍ôଚ ଧାରଣାକାରୀ ସହ ଆଲୋଚନା କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଡିଆରଡିଏ ଟିମ୍‌ଙ୍କ ଦ୍ୱାରା ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ