୨୮ବର୍ଷ ହେଲା ଚାକିରି, ମିଳିଲାନି ଅନୁଦାନ, ଅନସନରେ ବସିଲେ ଅଧ୍ୟାପକ ଓ କର୍ମଚାରୀ

ହାଟଡ଼ିହି(ବିକାଶ ବିଶ୍ୱାଳ), ହାଟଡିହି ବ୍ଲକ ସୋସୋ ଠାରେ ଥିବା ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୨୮ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେବି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନୁଦାନ ମିଳିପାରୁନି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ଆଳ ଦେଖାଇ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନରୁ ବଞ୍ଚିତ କରିଆସୁଛନ୍ତି । ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଏପରିକି ଏଠାରେ କାର୍ଯ୍ୟକରୁଥିବା ଦୁଇଜଣ କର୍ମଚାରୀ ଅନୁଦାନକୁ ଅପେକ୍ଷା କରିକରି ମୃତ୍ୟୁବରଣ କରିସାରିଲେଣି । ଆଉ କିଛି କର୍ମଚାରୀ ବିନା ଦରମାରେ କାମ କରିକରି ଅବସର ମଧ୍ୟ ନେଇ ସାରିଲେଣି । ଅନୁଦାନ ମିଳୁନଥିବାରୁ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ବର୍ତ୍ତମାନ ଏହି ମାହାଙ୍ଗା ଯୁଗରେ ପରିବାର ସହିତ ନାନା ସମସ୍ୟା ଭୋକ ଉପାସରେ କାଳାତିପାତ କରୁଛନ୍ତି । ଏହାକୁନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ଅଜୟ କୁମାର ରାଉତ, ଉଦୟ କୁମାର ନନ୍ଦ, ଜିତେନ୍ଦ୍ର କୁମାର ମହାନ୍ତି, ସଚିନ୍ଦ୍ର କୁମାର ରାଉତରାୟ, ଅନିରୁଦ୍ଧ ରାଉତ, ଦୟାନିଧି ଦାସ, କାଶୀନାଥ ସିଂ, ଫକିର ଚରଣ ଶଙ୍ଖୁଆ ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ମାନେ ଆଜିଠାରୁ କଲେଜ ସମ୍ମୁଖରେ ଆମରଣ ଅନସନରେ ବସିଛନ୍ତି । ଏମାନେ ଏନେଇ ପୁର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ, ଗଣଶିକ୍ଷା ସଚିବ, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ସମେତ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ