ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିର୍ମଳନୀର ଜଳଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ହାଟଡ଼ିହି(ବିକାଶ ବିଶ୍ୱାଳ),ଏବେ ସମଗ୍ର ରାଜ୍ୟରେ ତାତି ବଢ଼ୁଥିବା ବେଳେ ଗାଁରୁ ସହର ଯାଏ ଦେଖାଦେଲାଣି ଅଂଶୁଘାତର ଭୟ । ଏହାକୁ ଦୃୃଷ୍ଟିରେ ରଖି ଅଗ୍ରଣୀ ସାମାଜିକ ଦାତବ୍ୟନାଶ ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ପବିତ୍ର ମହା ବିଶୁବ ସଂକ୍ରାନ୍ତ ଅବସରରେ ନିର୍ମଳନୀର ଜଳଛତ୍ର କେନ୍ଦ୍ର ଆରମ୍ଭ ହୋଇଛି । ସ୍ଥାନୀୟ ଇଞ୍ଚୋ ଆମ୍ବଧାଡି କେନାଲ ପୋଲ ନିକଟରେ ଏହାର ଶୁଭାରମ୍ଭ କରାଯାଇଛି । ଇଞ୍ଚୋ ବିକାଶ ମଞ୍ଚର ପ୍ରମୁଖ ପାଚରକ ତଥା ଜ୍ୟୋତିର୍ବିଦ ଅନାଦି ଚରଣ ମହାରଣା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁରଲୀଧର ବେହେରା, ଶ୍ରୀକାନ୍ତ ରାଉତ, ଧନେଶ୍ୱର ରାଉତ, ବିଶ୍ୱପ୍ରତାପ ଜେନା, ଉଷାରାଣୀ ଶଙ୍ଖୁଆ ପ୍ରମୁଖ ଏଥିରେ ଉପସ୍ଥିତ ଥିଲାବେଳେ ମୈଗାଁ-ବଳିପୁର ବାରିକମିସ୍ତ୍ରୀ ବନ୍ଧ ଦେଇ ଯାତାୟତ କରୁଥିବା ବାଟୋଇ ମାନଙ୍କୁ ପାନୀୟଜଳ ବଣ୍ଟନ କରାଯାଇ ତୃଷାନିବାରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ନାୟକ, ସାଇବ ପଣ୍ଡା, ରାଜକୁମାର ଜେନା, ଶିବ ସୁନ୍ଦର ଜେନା, ରାଜେନ୍ଦ୍ର ସେଠୀ, ସନ୍ତୋଷ ପଣ୍ଡା, ତପନ ଜେନାଙ୍କ ସମେତ ଅନେକ ସଦସ୍ୟ ଜଳଛତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବାଟୋଇ ମାନଙ୍କୁ ବେଲପଣା, ଓଆରଏସ ଦ୍ରବଣ, ସମ୍ମିଶ୍ରିତ ଫଳ ପଣା, ଦହିପାଣି, ଲେମ୍ବୁପାଣି, ପୋଦିନା ଭୁଷଙ୍ଗ ଆଦି ଦେବାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ