ନଦୀରେ ବୁଡି ଯୁବକଙ୍କ ମୃତ

ଯୋଡା, (ସମୀର କମୁାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡାଠାରେ ଜଣେ ଯୁବକ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକଙ୍କ ନାମ ହେଲା ରୋଷନ କଚ୍ଛପ(୨୨) ଓ ତାଙ୍କ ଘର ଯୋଡା ପୌରପାଳିକା ଆମ୍ବ ବାଗାନଠାରେ । ସେ ଫ୍ଲିପ୍‌କାର୍ଡଠାରେ ଡେଲିଭରୀ ବୟ ଭାବେ କାମ କରୁଥିଲେ । ବୁଧବାର ଦିନ ସେ ଓ ତାଙ୍କ ସାଙ୍ଗ ଗୁରୁବେଡାସ୍ଥିତ ପିକ୍‌ନିକ୍ ସ୍ପଟ୍ ନିକଟସ୍ଥ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ରୋଷନ କଚ୍ଛପ ନଦୀର ଗଭୀରକୁ ପଶିବାରୁ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପାଣି ଭିତରେ ଖୋଜା ଖୋଜି କରି ରୋଷନଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ବାମେବାରୀ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ