ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଘୋଷଣା କରିବେ ସିଇଓ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିର୍ବାଚନ ଆୟୋଗଙ୍କୁ ଆବଗତ କରାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ନିର୍ବାଚନ କମିଶନ ନୂଆ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପିପିଲି ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଇନତଃ ରିଟର୍ଣ୍ଣିଂ ଅଫିସର ଉପ-ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହାପରେ ଏ ନେଇ ଗତକାଲି ହିଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଏହା ପରେ ନିର୍ବାଚନ ଆୟୋଗ ନୂଆ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି ।
ନୂଆ କରି ବିଜ୍ଞପ୍ତି ଜାର ହେବା ପରେ ଯେଉଁ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି କେବଳ ସେହି ଦଳ ପ୍ରାର୍ଥୀ ଦେଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ