ଦୁଇ ଦିନ ପର୍ଯ୍ୟ‌ନ୍ତ ରହିବ ତାତି

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ରାଜ୍ୟବାସୀ ପୁଣି ଗରମରେ ଛଟପଟ ହେବେ । ଆସନ୍ତା ଦୁଇଦିନ ମଧ୍ୟରେ ଧୀରେଧୀରେ ତାତି ବଢ଼ିବ । ୨୪ ଘଣ୍ଟା ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ତାତିର ପ୍ରକୋପ ସାମାନ୍ୟ କମ୍ ରହୁଛି । ସାମୁଦ୍ରିକ ପବନ ପ୍ରବାହ ଫଳରେ କାଳବୈଶାଖୀ ହେଉଛି । ଫଳରେ ତାତି କମ୍ ରହିବା ସହ ଆଂଶିକ ମେଘୁଆ ପାଗ ରହୁଥିବା ଦେଖାଯାଉଛି । ଗତକାଲି ଅନେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ସହ ଅପରାହ୍ଣରେ ମେଘୁଆ ପାଗ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ