କରୋନାର ଦ୍ୱିତୀୟ ଲହର ଶିଶୁଙ୍କ ପାଇଁ ଅଧିକ କ୍ଷତିକାରକ, ୮୫୨ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଦ୍ୱିତୀୟ ଲହର ସଂକ୍ରମଣ ପ୍ରଥମ ଲହର ଅପେକ୍ଷା ବହୁତ ଭୟଙ୍କର । ଶିଶୁମାନେ ବି ଏଥିରୁ ବର୍ତ୍ତିପାରୁନାହାନ୍ତି । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ର ଏବଂ ହରିୟାଣା ପରି ରାଜ୍ୟମାନଙ୍କରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ପୂର୍ବରୁ କୁହାଯାଉଥିଲା ଯେ, କରୋନା ଶିଶୁମାନଙ୍କ ପାଇଁ ଏତେ କ୍ଷତିକାରକ ନୁହେଁ । ଶିଶୁଙ୍କ ଠାରେ କୌଣସି ଲକ୍ଷଣ ବି ଦେଖାଯାଉନଥିଲା । କିନ୍ତୁ ଦ୍ୱିତୀୟ ଲହରରେ ୮ ମାସରୁ କମ୍ ବୟସର ଶିଶୁ ବି କରୋନା ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ଲୋକ ନାୟକ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡାକ୍ତର ସୁରେଶ କୁମାର କହିଛନ୍ତି, ହସ୍ପିଟାଲରେ ୮ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କଠାରେ ଅତି ଗୁରୁତର ଲକ୍ଷଣ ରହିଛି । ଏପରିକି ୮ ମାସର ଶିଶୁ ବି ସଂକ୍ରମିତ ହୋଇଛି । ଡାକ୍ତର କୁମାର କହିଛନ୍ତି, ସଂକ୍ରମିତ ହୋଇଥିବା ଶିଶୁମାନଙ୍କ ପ୍ରବଳ ଜ୍ୱର ସାଙ୍ଗକୁ ନିମୋନିଆ ଏବଂ ସେମାନଙ୍କଠାରେ ଜଳଶୂନ୍ୟତା ପରି ସମସ୍ୟା ଦେଖାଦେଉଛି । ହରିୟାଣାରେ ମାର୍ଚ୍ଚ ୧୫ ରୁ ୧୧ ମଧ୍ୟରେ ୩,୪୪୫ ଶିଶୁ ସଂକ୍ରମିତ ହୋଇଛନ୍ତି । ଯାହା କି ଏହି ସମୟ ମଧ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମଣ ମାମଲାର ୮ ପ୍ରତିଶତ । ବ୍ରାଜିଲରେ ସର୍ବାଧିକ ଶିଶୁଙ୍କର କରୋନାରେ ମୃତୁ୍ୟ ହେବା ଘଟଣା ଚିନ୍ତା ବଢ଼ାଇଛି । ସରକାରୀ ତଥ୍ୟ ଅନୁଯାୟୀ ଏଠାରେ ୯ ବର୍ଷରୁ କମ ୮୫୨ ଶିଶୁଙ୍କ କରୋନାରେ ମୃତୁ୍ୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ