ଭାରତରେ ବନ୍ଦ ହେବାକୁ ଯାଉଛି ସିଟି ବ୍ୟାଙ୍କ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଭାରତ ସମେତ ୧୩ଟି ଦେଶରେ କାରବାର ବନ୍ଦ କରିବାକୁ ସିଟି ବ୍ୟାଙ୍କ ନିଷ୍ପତ୍ତି ନେଇଛି। କିଛି ଦିନ ପୂର୍ବରୁ ସିଟି ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି ବୋଲି ବିଭିନ୍ନ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଗୁରୁବାର ସିଟି ବ୍ୟାଙ୍କ ଭାରତ ସମେତ ୧୩ଟି ଦେଶରେ ତାର ବ୍ୟାଙ୍କ ସେବା ବନ୍ଦ କରିବାକୁ ଯାଉଛି ବୋଲି କହିଛି। ଏବେ ସିଟି ବ୍ୟାଙ୍କ କେବଳ ହଙ୍ଗକଙ୍ଗ, ଲଣ୍ଡନ, ୟୁଏଇ ଏବଂ ସିଙ୍ଗାପୋରରେ ବ୍ୟବସାୟ କରିବ ବୋଲି ଜଣାପଡ଼ିଛି। ଭାରତ, ଅଷ୍ଟ୍ରେଲିଆ, ବହାରିନ, ଚାଇନା, ଇଣ୍ଡୋନେସିଆ, କୋରିଆ, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ଡ, ରୁଷିଆ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ ଏହି ବ୍ୟାଙ୍କ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। ଭାରତରେ ସିଟିବ୍ୟାଙ୍କ ଏହାର ବ୍ୟବସାୟିକ ସୁଯୋଗରେ ସେତେଟା ଲାଭ ଦେଖିବାକୁ ପାଉନଥିବାରୁ ବ୍ୟବସାୟ ନକରିବାକୁ ନଷ୍ପତ୍ତି ନେଇଥିବା ସୂଚନା ରହିଛି। ଭାରତରେ ବ୍ୟାଙ୍କିଙ୍ଗ୍ ନିୟମ ଅନୁଯାୟୀ, ବିଦେଶୀ ବ୍ୟାଙ୍କଗୁଡ଼ିକୁ ଦେଶରେ ଶାଖା ବୃଦ୍ଧି କିମ୍ବା ଅଧିଗ୍ରହଣ କରିବାକୁ ଅନୁମତି ନାହିଁ। ଏହି କାରଣରୁ ସିଟିବ୍ୟାଙ୍କରେ ଭାରତରେ ଏହାର ବ୍ୟବସାୟ ବଢ଼ାଇ ପାରିନଥିଲା। ବଜାର ବିଶେଷଜ୍ଞ କହିଛନ୍ତି ଯେ ଗତ ୩୬ ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କ ଆଶା ଅନୁଯାୟୀ ସଂଯୋଗ କରିବାରେ ଅଧିକ ସଫଳତା ହାସଲ କରି ନାହିଁ। ସିଟି ବ୍ୟାଙ୍କ ଏବେ ଭାରତରେ ନୂଆ ପୁଞ୍ଜି ନିବେଶକାରୀ ଖୋଜୁଥିବା ସୂଚନା ରହିଛି। ସେହି ବ୍ୟବସାୟିକ ସଂସ୍ଥାକୁ ବିକ୍ରି କରି ଭାରତରେ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆମେରିକାର ଏହି ବ୍ୟାଙ୍କ। ଭାରତରେ ଏହି ବ୍ୟାଙ୍କର ୩୫ଟି ଶାଖା ରହିଛି। ବର୍ତ୍ତମାନ ବ୍ୟାଙ୍କିଙ୍ଗ ବ୍ୟବସାୟରେ ପ୍ରାୟ ୪,୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ଭାରତରେ ସିଟି ବ୍ୟାଙ୍କର ମୋଟ୍ ଗ୍ରାହକଙ୍କ ବିଷୟରେ କହିବାକୁ ଗଲେ ଏହି ସଂଖ୍ୟା ପ୍ରାୟ ୨୯ ଲକ୍ଷ ରହିଥିବା ସୂଚନା ରହିଛି। ଭାରତରେ ଏହି ବ୍ୟାଙ୍କର ୧୨ ଲକ୍ଷ ଆକାଉଣ୍ଟ ରହିଥିବାବେଳେ ୨୨ ଲକ୍ଷ କ୍ରେଡିଟ୍ କାର୍ଡ ଗ୍ରାହକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ