୧୨୦ ଘଣ୍ଟାର ଅପରେସନ : ସବୁ ଓଗାଳିଲା ହାଇଦର, ଫେରାର୍ ପଛରେ ତିନି ଯୁବତୀ ଓ ପୁଅ

କଟକ, (ଦୀପକ କୁମାର ବେଉରା ): ଦୀର୍ଘ ୧୨୦ ଘଣ୍ଟା ଅପରେସନର ପରେ ସତ ଓଗାଳିଛି ହାଇଦର । ପୋଲିସ ସିପି ସୌମେନ୍ଦ୍ର ପ୍ରୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ, ଫେରାର୍ ପଛରେ ତିନି ଯୁବତୀ ମ‌ଧ୍ୟ ସାମିଲ ଅଛ‌ନ୍ତି । ସେ କହିଛନ୍ତି, ଗତ ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ପାଇଁ କଟକ ଏସସିବି ଆସିଥିଲେ ହାଇଦର। କମିସନରେଟ ପୋଲିସ ହାଇଦର ଫେରାର ଖବର ପାଇବା ମାତ୍ରେ ସଂଗେ ସଂଗେ ଆରମ୍ଭ ହୋଇଥିଲା ଅପରେସନ। ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଏକ ଟିମ ଗଠନ କରିଥିଲା। ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ ଯାଇଥିଲା। ଏହାସହ ହାଇଦର ସହଯୋଗୀକୁ ଗିରଫ କରାଯାଇଥିଲା। ୧୧ ଓ ୧୨ତାରିଖ ହାଇଦ୍ରାବାଦ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାରେ ପହଞ୍ଚିଥିଲା ପୁଲିସ୍ ଟିମ୍। ହାଇଦରର ପୁଅ ଓ ଅନ୍ୟ ସହଯୋଗୀ ତାକୁ ଫେରାର କରିବାରେ ସକ୍ଷମ ହୋଇଥିଲା। କଟକ ଡିସିପିଙ୍କ ତତ୍ତ୍ବାବଧାନରେ ଟିମ ଗଠନ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା। ୧୩, ୧୪, ୧୬ ଏହି ତିନି ଦିନ ଅପରେସନରେ ଆଇଆଇସି ବାଦାମବାଡ଼ି ଓ ଚାଉଳିଆଗଞ୍ଜଙ୍କ ମୁଖ୍ୟ ଭୂମିକା ରହିଥିଲା। ପରେ ଗତକାଲି କୁଖ୍ୟାତ ଅପରାଧୀ ହାଇଦର ଏକ ବାଇକରେ ଯାତାୟାତ କରୁଥିବା ସୂଚନା ମିଳିବା ମାତ୍ରେ ତାକୁ ଗିରଫ କରାଯାଇଥିଲା। ଏଥିରେ ତେଲେଙ୍ଗାନା ପୁଲିସର ବହୁ ସାହାଯ୍ୟ ମିଳିଥିଲା। ଗିରଫ କରିବା ମାତ୍ରେ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ପରେ ଆଜି ତାକୁ ଓଡ଼ିଶା ଅଣାଯାଇ ବିମାନ ଯୋଗେ ଭୁବନେଶ୍ୱର ଓ ପରେ କମିସନରେଟ ପୁଲିସର କଡ଼ା ସୁରକ୍ଷାରେ କଟକ ଅଣାଯାଇଛି। ଆଜି ମେଡିକାଲ ପରୀକ୍ଷା ହେବା ପରେ ଅପରାଧୀକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସିପି ସୌମେନ୍ଦ୍ର ପ୍ରୟଦର୍ଶୀ ସୂଚନା ଦେଇଛନ୍ତି। ଏହାଛଡ଼ା ଏବେ ଏହି ମାମଲାରେ ୭ଜଣଙ୍କୁ ପଚରାଉଚରା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ