ଗଜପତିରେ କାଳ ବୈଷାଖୀ ପ୍ରଭାବ: ବଜ୍ରାଘାତରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗତ ବୁଧବାର ଦିନ କାଳବୈଷାଖୀ ବର୍ଷା ପ୍ରଭାରେ ବହୁ ଧନଜୀବନ ନଷ୍ଟ ହୋଇଥିବାର ଜଣାପଡିଛି । ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡା ପଞ୍ଚାୟତର ଆଡାମଗୁଡା ଗ୍ରାମରେ ବୁଧବାର ସନ୍ଧ୍ୟା ସମୟରେ ବଜ୍ରପାତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ନାମ ମୁତାଲୁ ଲିମା(୬୫) ବୋଲି ଜଣାପଡିଛି । ସେ ଗତକାଲି ସନ୍ଧ୍ୟାରେ ଗାଇ ଚରେବାକୁ ଯାଇଥିଲେ । ଏହି ସମୟରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ସେହି ସମୟରେ ମହିଳା ଜଣକ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତର ଶୀକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେ ତାଙ୍କ ଘରକୁ ନଯିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ରାତ୍ର ୧୦ଘଣ୍ଟା ସମୟରେ ତାଙ୍କର ମୃତ ଦେହ ଠାବ କରି ସେରଙ୍ଗ ଥାନାକୁ ସୂଚନା ଦେଇଥିଲେ । ଏନେଇ ସେରଙ୍ଗ ଥାନାରେ ୩/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ । ସେହିପରି କାଶୀନଗର ବ୍ଲକ ଓ ଏନ୍‌ଏସିରେ ଜୋର୍‌ରେ ପବନ ବୋହିବା ସହ ବୁଧବାର ଦିନ ଘଡଘଡି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହୋଇଯାଇଛି । କାଳବୈଶାଖୀ ପ୍ରଭାବରେ ହୋଇଥିବା ଏ ବର୍ଷା ପବନ ଯୋଗୁଁ କେତେକ ଗଛ ଭାଙ୍ଗି ଯାଇଥିଲା । ଏନ୍‌ଏସିର ଚାରି ନମ୍ବର ୱାର୍ଡରେ ରହୁଥିବା ଭୂପତି ମହାଲକ୍ଷ୍ମୀ କୌଣସି କାମରେ ବାହାରକୁ ଘାଇ ଘରକୁ ଫେରୁଥିବା ବେଳେ ବାଟରେ ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଏ ସମୟରେ ଏକ ମାଟିଘରେ ଆଶ୍ରୟ ନେଇଥିଲେ । ହଠାତ କାନ୍ଥ ଭାଙ୍ଗି ଖସି ପଡିବାରୁ ତାଙ୍କ ଗୋଡରେ ବଡ ଆଘାତ ଲାଗିଛି । ବର୍ତ୍ତମାନ ସେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ବୁଧବାର ଦିନ ଜିଲ୍ଲାରେ ସମୁଦାୟ ବଜ୍ରାଘାତ ଯୋଗୁଁ ୩ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଗୁମ୍ମା ବ୍ଲକ ବ୍ୟତୀତ ମୋହନା ଓ ରାୟଗଡ ବ୍ଲକରେ ମଧ୍ୟ ଜଣେ ଲେଖାଁଏ ମୃତ୍ୟୁବରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ