ଯୌନ ଶୋଷଣ ଓ ଅବାଞ୍ôଛତ ମାତୃତ୍ୱଲାଭ ଅଭିଯୋଗର ତଦନ୍ତରେ ପୋଲିସ ପ୍ରଶାସନର ଶିଥିଳତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ଏକ ଶିଶୁ ଯତ୍ନଗୃହର ଜଣେ ମହିଳା କର୍ମୀ ଦୀର୍ଘକାଳ ଧରି ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜମାନଙ୍କରେ ଏ ବିଷୟକ ସମ୍ବାଦ ପ୍ରକାଶିତ ହୋଇଛି । ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ର ବା ପ୍ରଥମ ସୂଚନା ଦରଜ କରିବା ଓ କାର୍ଯ୍ୟାନୁଷ୍ଠାନ କରିବାରେ ସ୍ଥାନୀୟ ପୋଲିସ ପକ୍ଷରୁ ଅବହେଳା କରିବାର ଅଭିଯୋଗ ମଧ୍ୟ ଆସିଛି । ଅବଶ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଘଟଣାର ସଂଜ୍ଞାନ ନିଆଯିବା ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ସୂଚନା ପ୍ରକାଶିତ ହୋଇଛି । ପ୍ରକାଶିତ ଖବରଟି ସୂଚୀତ କରେ ଯେ ଲୁଥେରାନ ମହିଳା ସମିତି ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ପ୍ରକଳ୍ପରେ ଶିଶୁଯତ୍ନ ସେବିକା ଭାବେ କାର୍ଯ୍ୟରତ ଜଣେ ଯୁବାମହିଳା ସଂସ୍ଥାର ମହିଳା ସଭାପତିଙ୍କ ଭାଇଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇ ଏକ ସନ୍ତାନର ମାତା ହୋଇଛନ୍ତି । ଗରିବୀ, ଅସହାୟତା କାରଣରୁ ଅସଫଳ ପ୍ରତିବାଦ କାରଣରୁ, ଅନ୍ୟ ରାହା ନଥିବାରୁ, ଏପରିକି ଭୟ ପ୍ରଦର୍ଶନ ବା ଦମନ କାରଣରୁ ବେଶ୍ ବିଳମ୍ବରେ ତାଙ୍କ ଅସହାୟତା ସଂସ୍ଥାର ମହିଳା ସହକର୍ମୀ ଓ ସମ୍ପାଦିକାଙ୍କ ଆଗରେ ପ୍ରକାଶ କରିବାରୁ ଘଟଣାଟି ଲୋକଲୋଚନକୁ ଆସିପାରିଛି । ସଂସ୍ଥାର ଆଭ୍ୟନ୍ତରୀଣ ଅଭିଯୋଗ ଶୁଣାଣି କମିଟି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି (ସଭାନେତ୍ରୀ)ଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଥାନରେ ଏତଲା ଦରଜ କରାଇଛନ୍ତି । ରାଜ୍ୟ ଶିଶୁ କମିଶନଙ୍କ ସୂଚନା ଓ ନିର୍ଦ୍ଦେଶ ପରେ ପୁଲିସ୍ ଓ ପ୍ରଶାସନ କିଛି କ୍ରିୟାନୁଷ୍ଠାନ ଆରମ୍ଭ କରିଛନ୍ତି । କିନ୍ତୁ ଏହାର ମନ୍ଥରତା ଓ ଏଯାବତ କାର୍ଯ୍ୟରୁ ଜଣାପଡ଼େ ଯେ, ମୂଳ ଅଭିଯୋଗ ଯାହା ଅତ୍ୟନ୍ତ ସଙ୍ଗୀନ ଏଣୁ ତତ୍କାଳ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରେ ତାହା ନହୋଇ ଅନ୍ୟ ଏକ ପରବର୍ତ୍ତୀ ତଥ୍ୟ ଗୌଣ ଅଭିଯୋଗକୁ ନେଇ ପୋଲିସ ତତ୍ପରତା ଦେଖାଉଛି ଏବଂ ଏହାର ନେତୃତ୍ୱ ପୋଲିସ ଆରକ୍ଷକ ନେଉଥିବା ଜଣାଯାଉଛି । ଅସହାୟ ମହିଳାଙ୍କୁ ଯୌନ ଶୋଷଣ ଓ ଅବାଞ୍ôଛତ ମାତୃତ୍ୱ ଦେଇଥିବା ବ୍ୟକ୍ତିଙ୍କ ନାମ ଏତଲାରେ ଥାଇ ସୁଦ୍ଧା ତାହାଙ୍କୁ ଧରିବାରେ ଏବଂ ଅଦାଲତ ପ୍ରକ୍ରିୟା ଆରମ୍ଭ କରିବାରେ ପୋଲିସର କୁଣ୍ଠା ଯାହା ସୂଚିତ କରୁଛି ତାହା ମଧ୍ୟ ସାଧାରଣରେ ଅନୁମାନଯୋଗ୍ୟ ହୋଇପଡ଼ିଛି । ଅଧିକ ସୂଚନା ଅନୁସାରେ ପୀଡ଼ିତାର ବିଚାରପତିଙ୍କ ସମ୍ମୁଖରେ ବୟାନ ଦେବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଚାଲିଛି ବା ମନ୍ଥର କରୁଛି ବୋଲି ଅନୁମାନ କରାଯାଏ । ଅବଶ୍ୟ ରାଜ୍ୟ ଶିଶୁ କମିଶନଙ୍କ ପୂର୍ବ ପ୍ରଦତ୍ତ ନିର୍ଦ୍ଦେଶମତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ତଦନ୍ତ ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ତଥା ପୀଡ଼ିତାକୁ ନ୍ୟାୟ ପ୍ରଦାନର ଗତି ଜନଗୋଚର ହେବାର ଆଶା କରାଯାଏ । ନ୍ୟାୟ ପ୍ରକ୍ରିୟା ସହ ଜଡ଼ିତ କିଛି ଆଇନଜ୍ଞ ଓ ସମାଜସେବୀ ମତ ଦିଅନ୍ତି ଯେ ମୂଳ ତଥା ପ୍ରଥମ ଅଭିଯୋଗ ଉପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରେ ଏହାସହ ସମ୍ବନ୍ଧିତ ଅନ୍ୟ ଅଭିଯୋଗ ଯାହା ପରେ କରାଯାଇଛି ତା’ ଉପରେ ଅନୁଧ୍ୟାନ କରିବା ଠିକ୍ ହୋଇଥାଆନ୍ତା । କାରଣ ମୂଳ ଓ ପ୍ରଥମ ଅଭିଯୋଗ ଅନୁସାରେ ଜଣେ ଅସହାୟ ମହିଳା ଯେ କି ତଳିଆ କର୍ମଚାରୀ, ତାଙ୍କର ଯୌନ ଶୋଷଣ ହୋଇଛି, ସେ ଅବାଞ୍ôଛତ ମାତୃତ୍ୱ ପାଇଛନ୍ତି, ଜନ୍ମିତ ଶିଶୁଟିର ଜନ୍ମଗତ ପରିଚୟ ନାହିଁ, ଏସବୁ ପ୍ରସଙ୍ଗ ନିଶ୍ଚୟ ବ୍ୟକ୍ତି ପାଇଁ, ରାଜ୍ୟ ପାଇଁ, ସଭ୍ୟସମାଜ ପାଇଁ ଅତୀବ ଗୁରୁତର । ଏଣୁ ଏହା ପ୍ରାଥମିକତାର ସହ, ସର୍ବାଧିକ ଗୁରୁତ୍ୱର ସହ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରେ, ଯାହା ପୋଲିସ ପ୍ରଶାସନ ଏଡ଼ାଇଯାଉଛି ବୋଲି ଅନୁମାନ କରିବାର ଯଥେଷ୍ଟ କାରଣ ଅଛି । ଦ୍ୱିତୀୟ ଓ ପରବର୍ତ୍ତୀ ଅଭିଯୋଗ, ଯାହା ଜଣେ ସନ୍ଦେହାସ୍ପଦ ଓ ଦାୟିତ୍ୱ ଏଡ଼ାଇଥିବା ବ୍ୟକ୍ତିତ୍ୱ ଦ୍ୱାରା କରାଯାଇଛି, ତାହା ଉପରେ ପୋଲିସ ତଦନ୍ତ କେନ୍ଦ୍ରିତ ହୋଇଥିବାର ସୂଚନା ମିଳେ । ଏପରି କ୍ଷେତ୍ରରେ ବୁଝାଯାଏ ଯେ ପୋଲିସ ତଦନ୍ତ ପ୍ରଧାନ ଓ ପ୍ରଥମ ଲକ୍ଷ୍ୟର ଅନୁସରଣ କରୁନାହିଁ; ଏବଂ ଏହା କିଛି ସନ୍ଦେହର ଅବକାଶ ରଖେ । ମୋଟରେ ନ୍ୟାୟଧୀଶ ପାଳନ ହେଉ, ସଭ୍ୟ ପଦାକୁ ଆସୁ ଏବଂ ସର୍ବୋପରି ନାରୀ ଓ ଶିଶୁ ଅଧିକାର ଯଥାମର୍ଯ୍ୟାଦାର ସହ ସମ୍ପାଦିତ ହେଉ, ସନ୍ତାନର ପିତୃତ୍ୱ ପରିଚୟ, ନାରୀଟିର ମର୍ଯ୍ୟାଦା ଓ ସ୍ତ୍ରୀତ୍ୱ ଓ ସର୍ବୋପରି ଶିଶୁଟିକୁ ଏକ ପରିବାର ମିଳୁ ବୋଲି ସଭ୍ୟସମାଜ ତଥା ଜନସାଧାରଣ ଆଶା ଓ ଅପେକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ