ସ୍ୱଳ୍ପ ସଞ୍ଚୟ ବିଭାଗ ଯୋଜନାରେ ପୁରସ୍କାର ବିଜେତା ପୁରସ୍କାର ରାଶି ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଶା ସରକାରଙ୍କ ଆନୁକୁଲ୍ୟରେ ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଦିିଆଯାଇଥିବା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାରେ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ୟୁ ଯାଜ୍ଞସେନୀ ପାତ୍ର ଓ ଏ ସନ୍ତୋଷ କୁମାର ପାତ୍ର ଯୁଗ୍ମ ଭାବରେ ଚତୁର୍ଥ ପୁରସ୍କାର ବିଜେତା ହୋଇଥିଲେ । ଆଜି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ସଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ