ଜନସାଧାରଣଙ୍କ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହେଲା ନୂତନ ହ୍ୱାଟସପ ନମ୍ବର

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ସେହିପରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ କୁ ଜରୁରୀ ନଥିଲେ ନ ଆସିବା ପାଇଁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଜରୁରୀ କାମ ନଥିଲେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନ ଆସିବା ପାଇଁ ଟୁଇଟ ମାଧ୍ୟମରେ ଅନୁରୋଧ କରାଯ୍ଧବଥିବା ବେଳେ ଜିଲ୍ଲା ବାସୀ ସେମାନଙ୍କ ଅଭିଯୋଗ କୁ ୮୪୮୦୮୩୮୬୦୩ ନମ୍ବର ମାଧ୍ୟମରେ ଜଣାଇପାରିବେ ବୋଲି ଟୁଇଟ ରେ ଉଲ୍ଲେଖ ରହିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏହି ହ୍ୱାଟସପ୍ ନମ୍ବର ମାଧ୍ୟମରେ ଲୋକେ ସେମାନଙ୍କ ଅଭିଯୋଗ ଜଣାଇବା ସହିତ କୋଭିଡ୍ ସମ୍ପର୍କିତ ସମସ୍ୟା ମଧ୍ୟ ଜଣାଇପାରିବେ । ଏହା ସହିତ ଲୋକମାନେ ହ୍ୱାଟସପ୍ ମାଧ୍ୟମରେ ମଧ୍ୟ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଜଣାପାରିବେ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ