ପ୍ରାଣୀ ସେବା କରି ପ୍ରଶଂସା ସାଉଁଟିଛନ୍ତି ସୌରଭ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଗ୍ରାମର ସୌରଭ ସେଠୀ । ବନ୍ତରୁ ପୁରୀ ୨୩୦ କିମି ରାସ୍ତା ଦୌଡି ସମଗ୍ର ରାଜ୍ୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ଏବେ ପଶୁପକ୍ଷୀଙ୍କ ପ୍ରେମରେ ପଡିଛନ୍ତି । ଗତ କିଛି ମାସ ହେବ ସେ ୪୦ରୁ ୫୦ ବୁଲା ଷଣ୍ଢଙ୍କ ପାଇଁ ନିୟମିତ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ସହ ଦୁର୍ଘଟଣା ଓ ଆକ୍ରମଣରେ ଆହତ ଷଣ୍ଢମାନଙ୍କ ପାଇଁ ଡାକ୍ତର ଡକାଇ ଚିକିତ୍ସା କରାଇବା ଏବଂ ଔଷଧପତ୍ର ଦେବା ଭଳି ମହତ କାର୍ଯ୍ୟ କରି ଆସୁଛନ୍ତି । ବୁଲା କୁକୁର, କାଉ, ପାରା ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଦୈନନ୍ଦିନ ଖାଦ୍ୟ ଦେବା ସହ ସେମାନଙ୍କ ସେବା କରିବା ସୌରଭଙ୍କ ଦୌନନ୍ଦିନ କାର୍ଯ୍ୟ ପାଲଟି ଯାଇଛି । ସେହିପରି ଆଖପାଖ ଅଞ୍ଚଳର ମାନସିକ ଅନଗ୍ରସର, ଭିନ୍ନକ୍ଷମ, ଭୋକିଲା, ରୋଗୀ ଓ ଅସହାୟ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ମାସ୍କ ଆଦି ସହାୟତା ପ୍ରଦାନ କରିଆସୁଛନ୍ତି । ଏଥିପାଇଁ ସେ ନିଜସ୍ୱ ଅର୍ଥ ବ୍ୟୟ କରିବା ସହ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡିଥାନ୍ତି । ନିଜର କର୍ତ୍ତବ୍ୟ ଭାବି ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ସେବା କାର୍ଯ୍ୟରେ ପୋଲିସ, ବ୍ୟବସାୟୀ, ପ୍ରାଣୀ ଚିକିତ୍ସାଳୟ ଅଧିକାରୀ, ଶିକ୍ଷକ, ରାଜନେତା ମାନେ ସହଯୋଗ କରିବା ସହ ସୌରଭଙ୍କ ସେବା ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ