ଛତ୍ରପୁର ରେ ମାସ୍କ ଓ ହେଲମେଟ ଚେକିଂ କଡାକଡି

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାରେ କରୋନା ସଂକମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକ ଲଗାଇବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ବହୁ କଟକଣା ଗୁଡିକ ଜାରି କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କୁହାଯାଇଛି । ଏଥିନିମନ୍ତେ ଏନଫୋର୍ସମେଣ୍ଟକୁ କଡାକଡି କରାଯାଇଛି । ଶୁକ୍ରବାର ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କରାଯାଇ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ସହରରେ ଥିବା ଡିଆରଡିଏ ଛକ, ଜିଲ୍ଲାପାଳଙ୍କ ବାସଭବନ, ମୁଖ୍ୟ ବଜାର ଆଦି ସ୍ଥାନରେ ମାସ୍କ ପିନ୍ଧିନଥିବା ଓ ବିନା ହେଲମେଟ ଧାରୀ ମାନଙ୍କୁ ସଚେତନତା କରାଯିବା ସହିତ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ