ଆଜି ରାଜ୍ୟରୁ ୪,୭୬୧ ପଜିଟିଭ୍, ୫ ମୃତ

ଭୁବନେଶ୍ୱର,(‌ୱାଇଏନ୍‌ଏସ୍‌): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ବିଶେଷ କରି ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ସେହିପରି ରାଜ୍ୟରେ ଆଜି ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୩୨୨ ସଂକ୍ରମିତ ହୋଇଛନ୍ତି । ଝାରସୁଗୁଡ଼ାରୁ ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ୱପୁର ୧୮୩, କଟକ ୧୭୬, କଳାହାଣ୍ଡିରୁ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୧୫୪, କେନ୍ଦୁଝରରୁ ବାହାରିଛନ୍ତି ୧୦୩ ପଜିଟିଭ୍ । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୭୭ହଜାର ୪୬୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩ଲକ୍ଷ ୪୭ହଜାର ୬୩୭ ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୨୭ହଜାର ୮୨୧କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ