ମଦ୍ୟପଙ୍କ ଠେଙ୍ଗା ମାଡ଼ରେ ଦମ୍ପତି ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି ଥାନା କଂଚୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣଶ ଘଟିଛି । ମଦ ନିଶାରେ ଚୂର ହୋଇ ଜୈନିକ ମଦ୍ୟପର ଠେଙ୍ଗା ମାଡ଼ରେ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଗୋବିନ୍ଦ ସେଠି (୫୮) ଓ ତାଙ୍କ ସ୍ତ୍ରୀ ପାର୍ବତି ସେଠି (୫୦) । ଏ ନେଇ ହିଞ୍ଜିଳି ଥାନାରେ ୧୭୯/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ହିଞ୍ଜିଳି ଥାନା କଂଚୁରୁ ଗ୍ରାମର ମହିଳା ଜଣକ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ମଦ୍ୟପାନ କରି ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ମହିଳା ଜଣକ ପ୍ରତିବାଦ କରିବାରୁ ଯୁବକ ଜଣକ ଉତ୍ୟକ୍ତ ହୋଇ ଧରିଥିବା ଏକ ଠେଙ୍ଗା ସାହାର୍ଯ୍ୟରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ମହିଳା ଜଣକଙ୍କ ଚିତ୍କାର ଶୁଣି ଘରେ ଥିବା ମହିଳାଙ୍କ ସ୍ୱାମୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଆକ୍ରମଣରେ ସ୍ୱାମୀ-ସ୍ତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଘଟଣା ନେଇ ଗୋବିନ୍ଦ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଘଟଣା ପରେ ଆକ୍ରମଣକାରୀ ଯୁବକ ଫେରାର ହୋଇ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ