ପିକ୍‌ଅପ ଭ୍ୟାନ୍ ସହ ବାଇକ ମୁହାଁମୁହିଁ : ଜଣେ ମୃତ, ୨ ଗୁରୁତର

ହିଞ୍ଜିଳିକାଟୁ, ୨୦ା୪ (ଶେଷଦେବ ସାହୁ) : ଅପରାହ୍ନରେ ହିଞ୍ଜିଳି ଥାନା ନିମିଗାଁ ଛକ ନିକଟରେ ଏକ ପିକଅପ୍ ଭ୍ୟାନ ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ଘଟିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକ ଜଣକ ହିଞ୍ଜିଳି ଥାନା ରାଳବ ଗ୍ରାମର ଶିବରାମ ପାଣ୍ଡି (୧୭) ଓ ଆହତ ମାନେ ସେହି ଗ୍ରାମର ମନୋଜ କୁମାର ପ୍ରଧାନ (୨୦) ଓ ଜିତୁ ପୃଷ୍ଟି (୨୩) । ରାଳବ ଗ୍ରାମର ୩ ବନ୍ଧୁ କୌଣସି କାମରେ ବାଇକ ଯୋଗେ ନିମିଗାଁ ଅଭିମୂଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ୩ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଶିବରାମଙ୍କୁ, ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ଜଣ ଗୁରୁତର ଆହତ ଖବର ଲେଖା ହେବା ସୁଦ୍ଧା ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦୂର୍ଘଟଣା ପରେ ଭ୍ୟାନ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ହିଞ୍ଜିଳି ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ