ଭେନ୍ୟୁ ଗାଡି ସହ ୨୨୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଆଦେଶ ଅନୁଯାଇ ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦିପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଧେଶକ୍ରମେ ରା.ଉଦୟଗିରି ଅବକାରୀ ଭାରପ୍ରାପ୍ତ ଅଧିକାରୀ ବଙ୍ଗରାଜ ଦାମୀଙ୍କ ତତ୍ୱବଧାନରେ ଗୋଟିଏ ଟିମ ବିଭିର୍ଣ୍ଣ ସ୍ଥାନରେ ଚଢ଼ାଉ କରିଛନ୍ତି, ବିଶେଷ ଶୁତ୍ରରୁ ଖବର ପାଇଁ ଘନଶ୍ୟାମ ଜେନା କିଶୋର ଚନ୍ଦ୍ର ଘଡେଇ, ପଦ୍ମ ଚରଣ ସାହୁ ଓ ଅନ୍ୟ କର୍ମଚାରୀମାନେ ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଠାରେ ଏକ ହୋଣ୍ଡା ଭେନ୍ୟୁ ଗାଡି ନଂ ଓଡି ୦୨ ବି.ଏଚ୍‌. ୪୮୭୨ କୁ ଅଟକାଇ ଯାଂଚ କରିଥିବାରୁ ସେଥିରେ ଥିବା ବ୍ୟାଗ ଗୁଡିକରେ ଗଞ୍ଜେଇ ଥିବା ଦେଖି ଅବକାରୀ ଅଧିକାରୀଙ୍କୁ ଜଣାଇଥିଲେ । ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୨ ଶହ ୨୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମୋହନା ଥାନା ଅନ୍ତର୍ଗତ କପାଖାଲ ଗ୍ରାମର ହେମନ୍ତ ଗମାଙ୍ଗକୁ ଗିରଫ କରିବା ସହ ଅନେଇ ଅବକାରୀ ମାମଲା ନ.୧୪/୨୧ ଅନୁଯାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ