ମିଟିଂ କ୍ଷେତ୍ରରେ ଗୁଗଲ୍ ମିଟ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି

ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରଠାରୁ ଅନ୍‌ଲାଇନ୍‌ରେ ଆଲୋଚନା ଏବଂ ବୈଠକ ଆୟୋଜନ କ୍ଷେତ୍ରରେ ଗୁଗଲ୍ ମିଟ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଇତି ମଧ୍ୟରେ କଂପାନି ଗୁଗଲ୍ ମିଟ୍ ପ୍ଲାଟଫର୍ମରେ ଅନେକ ନୂଆ ସୁବିଧା ଯୋଡ଼ିଛି । ଏହା ଲାପଫପ୍‌, ଡେସ୍କଟପ୍ ଓ ସ୍ମାର୍ଟଫୋନ୍ ଭଳି ତିନିଟି ମାଧ୍ୟମରେ ଉପଲବ୍ଧ ହୋଇଛି । ଯେହେତୁ ଅନଲାଇନ୍ ଆଲୋଚନାରେ ବ୍ୟବହାରକାରୀମାନଙ୍କୁ ଅଧିକ ସମୟ ସ୍କ୍ରିନଚୁ ଦେଖିବାକୁ ପଡ଼ୁଛି ତେଣୁ ଆଖି ଉପରେ ପଡ଼ୁଥିବା ଚାପ କମ୍ କରିବା ଲାଗି ଲାପଫପ୍ ଓ ଡେସ୍କଟପ୍ ବ୍ୟବହାରକାରୀ ମାନଙ୍କ ଲାଗି ଗୁଗଲ୍ ମିଟ୍ରେ ଲୋ ଲାଇଟ୍ ମୋଡ୍ ସକ୍ରିୟ କରାଯାଇଛି । କମ୍ପାନୀ ୟୁଜର୍ ଇଣ୍ଟରଫେସ୍ରେ ମଧ୍ୟ ବଡ଼ ଧରଣର ପରିବର୍ତନ ଆଣିଛି । ଆସନ୍ତା ମାସ ଠାରୁ ବ୍ୟବହାରକାରୀମାନେ ତାହାକୁ ବ୍ୟବହାର କରିବା ବେଳେ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ପାଇପାରିବେ । ମୋବାଇଲ୍ ନେଟ୍‌ୱର୍କରେ ଯେଭଳି ଅଧିକ ଡାଟା ସଂଚୟ ହୋଇପାରିବ ସେଥିପାଇଁ ଡାଟା ସେଭର୍ ସୁବିଧା ଯୋଡ଼ାଯାଇଛି । ଗୁଗଲ୍ ୱାର୍କସ୍ପେସ୍ ଯାହା ଏକ ଦେୟଯୁକ୍ତ ସେବା ତାହାକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ନୂଆ ଅଟୋ ଜୁମ୍ ସୁବିଧା ପାଇପାରିବେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ଥିବା ଏହି ସୁବିଧାରେ ଗ୍ରାହକମାନେ ଭିଡିଓକୁ ଭଲ ଭାବେ ସେଟ୍ କରି ଅଂଶଗ୍ରହଣକାରୀ ମାନଙ୍କ ସାମ୍ନାରେ ନିଜକୁ ଉପସ୍ଥାପନ କରିପାରିବେ । ଏକ ବ୍ଲଗ୍ ପୋଷ୍ଟ୍‌ରେ ଗୁଗଲ୍ ଜଣାଇଛି ଯେ ଗୁଗଲ୍ ମିଟ୍‌ର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀ ମାନେ ଖୁବ୍‌ଶୀଘ୍ର ପ୍ରଚ୍ଛଦ (ବ୍ୟାକଠ୍ରାଉଣ୍ଡ୍‌)କୁ ଭିଡିଓ କିମ୍ବା ଛବି ଜରିଆରେ ବଦଳାଇପାରିବେ । ଭିଡିଓ ବ୍ୟାକଠ୍ରାଉଣ୍ଡ୍ର ଲାଭ ଏହା ଯେ ଆପଣ ଯେକେଣସି ସ୍ଥାନରେ ରହି ଗୁଗଲ୍ ମିଟ୍ରେ ସାମିଲ ହୋଇପାରିବେ । ଆପଣଙ୍କ ପଛ ପଟେ କ’ଣ ରହିଛି ତାହା ଜଣାପଡ଼ିବ ନାହିଁଛ ସେହି ସ୍ଥାନରେ ଭିଡିଓ କିମ୍ବା ଛବି ରହିବ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ