ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ, (ୱାଇଏନ୍‌ଏସ୍‌): ଚଳିତ ଆଇପିଏଲରେ ଆଜି ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛନ୍ତି । ପଂଏଟ ଟେବୁଲରେ ଦିଲ୍ଲୀ ଦ୍ୱିତୀୟ ଏବଂ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଛି । ଉଭୟ ଟିମ୍ ୫ ମ୍ୟାଚରୁ କେବଳ ଗୋଟିଏ ଲେଖାଁଏ ମୁକାବିଲାରେ ପରାଜିତ ହୋଇଛନ୍ତି । ଦିଲ୍ଲୀ ଓପନର ପୃଥ୍ୱୀ ଶ’ଙ୍କ ନିକଟରେ ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ସୁଯୋଗ ରହିଛି । ସେ ମାତ୍ର ୮ ରନ ଦୂରରେ ଅଛନ୍ତି । ଓଭରାଲ ଆଇପିଏଲ ମୁକାବିଲାରେ ଉଭୟ ଟିମ୍ ପରସ୍ପର ବିରୋଧରେ ୨୬ ମ୍ୟାଚ ଖେଳିଛନ୍ତି । ବାଙ୍ଗାଲୋର ୧୫ ଓ ଦିଲ୍ଲୀ ୧୧ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ନିକଟରେ ଖେଳା ଯାଇଥିବା ୫ ମ୍ୟାଚରେ ଦିଲ୍ଲୀ ୪ଟିରେ ବିଜୟୀ ହୋଇଛି । ବାଙ୍ଗାଲୋର ଚମତ୍କାର ପ୍ରଦର୍ଶନ ଜାରୀ ରଖିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ରବୀନ୍ଦ୍ର ଜାଡେଜାଙ୍କ ବ୍ୟକ୍ତିଗତ ଚମତ୍କାର ପ୍ରଦର୍ଶନ ଯୋଗୁ ପରାଜିତ ହୋଇଥିଲେ । କୋହଲି ଏଥର ବିପକ୍ଷ ଦଳକୁ ହାଲକା ଭାବେ ନେବା ଭୁଲ କରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ