ସ୍ୱାମୀ ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡ଼ୋଶୀ

କଳାହାଣ୍ଡି, (ୱାଇଏନ୍‌ଏସ୍‌): ସ୍ୱାମୀ ସ୍ତ୍ରୀଙ୍କ କଳିକୁ ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ଭବାନୀପାଟଣା ଟାଉନ ଥାନା ମନ୍ଦାରବଗିଚାପଡାରେ, ରାଜୁ ରଣା ନିଜ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରୁଥିବା ବେଳେ ପଡୋଶୀ ରବୀନ୍ଦ୍ର ପାତ୍ର ଛଡ଼ାଇବାକୁ ଯାଇ ରାଜୁ ରଣାର ଆକ୍ରୋଶ ଶୀକାର ହୋଇଥିଲେ। ରାଜୁ ରଣାର ଠେଙ୍ଗା ମାଡ଼ରେ ରବୀନ୍ଦ୍ର ପାତ୍ର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ଅଭିଯୁକ୍ତ ରାଜୁ ପାତ୍ର ଭବାନୀପାଟଣା ଟାଉନ ଥାନା ରେ ଆତ୍ମସମର୍ପଣ କରିଛି। ପୋଲିସ ତଦନ୍ତ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ