ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଗଲା ଚୁଲିକୁ : ଟିଏମସି ଏବଂ ଡିଏମକେ ସମର୍ଥକ ବନାଇଲେ ବିଜୟ ଉତ୍ସବ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନା କରି ଟିଏମସି ଏବଂ ଡିଏମକେ ସମର୍ଥକ ମାନେ ବିଜୟ ଉତ୍ସବ ବନାଇଛନ୍ତି । ଟ୍ରେଣ୍ଡରେ ଆଗୁଆ ପରେ ବେଙ୍ଗଲରେ ଟିଏମସି କର୍ମୀଙ୍କ ଶୋଭାଯାତ୍ରା । ନିର୍ବାଚନ କମିଶନ ବିଜୟ ରାଲି ଉପରେ ରୋକ୍ ଲଗାଇଥିଲେ । ହେଲ କୋଲକାତାରେ ଟିଏମସି ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଛି । ଦଳୀୟ କର୍ମୀ ଓ ସମର୍ଥକ ରାସ୍ତା ଉପରକୁ ଆସି ଦଳୀୟ ପତାକା ଉଡ଼ାଇ ବାଜା ବଜାଇ ସେଲିବ୍ରେସନ କରିଛନ୍ତି । ଟିଏମସି କର୍ମୀ ମାନେ କୋଲକାତା ସ୍ଥିତି ବିଜେପି ପାର୍ଟି ଅଫିସ ଆଗରେ ସେଲିବ୍ରେସନ ଆରମ୍ଭ କରିଛନ୍ତି। ସେପଟେ ତାମିଲନାଡୁରେ ମଧ୍ୟ ଡିଏମକେ କର୍ମୀ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି । ସେପଟେ ଏହି ଘଟଣାରେ ଏତଲା ରୁଜୁ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ। କୌଣସି ଦଳର ବିଜୟ ରାଲି ହେଲେ ସେଥିପାଇଁ ସ୍ଥାନୀୟ ପୋଲିସ ଦାୟୀ ରହିବେ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ