ଗୁଜୁରାଟରେ ପ୍ରବାସୀ କରୋନା ରୋଗୀଙ୍କୁ ସାହାଯ୍ୟ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ବର୍ତ୍ତମାନ ସମୟରେ ଲୋକମାନଙ୍କର ଜୀବନରକ୍ଷା ସର୍ବପ୍ରଥମ କର୍ତ୍ତବ୍ୟ ଏବଂ ଏହାହିଁ ସମୟର ଆବଶ୍ୟକତା ଓ ଆହ୍ୱାନ । କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମହାମାରୀ ସମୟରେ ଲୋକମାନଙ୍କ ସୁବିଧା ପାଇଁ ଅନେକ ଜନହିତକାରୀ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କୋଭିଡ ହସ୍ପିଟାଲ ନିର୍ମାଣ ହେଉ କିମ୍ବା ଅକ୍ସିଜେନ ଯୋଗାଇବା ଭଳି କାର୍ଯ୍ୟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସେ ଆଉ ଏକ ମହତ କାମ କରି ସେ ପ୍ରଶଂସିତ ହୋଇଛନ୍ତି । ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ଅଧିନସ୍ଥ ଆଗପାଳ ପଂଚାୟତ କଲଦୀପ ଗ୍ରାମର ଜଗନ୍ନାଥ ବେହେରା ଗୁଜୁରାଟର ଭଲସଦ ଜିଲ୍ଲାରେ ପ୍ରବାସୀ ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ଅକ୍ସିଜେନ ସ୍ତର କମିଯିବାରୁ ତାଙ୍କ ସ୍ଥିତି ବିପଦଜ୍ଜନକ ହୋଇଥିଲା । ପରିବାର ଲୋକେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସମ୍ପଦ ସ୍ୱାଇଁଙ୍କୁ ଏ ସମ୍ପର୍କରେ ଅବଗତ କରାଇ ସାହାଯ୍ୟ ମାଗିଥିଲେ । ସମ୍ପଦ ସ୍ୱାଇଁ ଜେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ । ସମୟ ବିଳମ୍ବ ନକରି ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟର ଭଲସଦ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନଙ୍କ କହିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯିବା ସହ ଅନ୍ୟ ଆନୁସଙ୍ଘିକ ବ୍ୟବସ୍ଥାରେ କରାଯିବା ସହ ଅକ୍ସିଜେନ ମଧ୍ୟ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଜଗନ୍ନାଥ ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ଶ୍ରୀ ପ୍ରଧାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ବିଜେପି ନେତା ସମ୍ପଦ ସ୍ୱାଇଁ ଭୁୟସୀ ପ୍ରଶଂସା କରିବା ସହ କହିଛନ୍ତି ଏପରି ନେତା ପାଇ ଆମେ ଗର୍ବିତ । ଅନ୍ୟପଟେ ଜଗନ୍ନାଥଙ୍କ ପରିବାର ଲୋକେ ଉଭୟ ଶ୍ରୀ ସ୍ୱାଇଁ ଏବଂ ଶ୍ରୀ ପ୍ରଧାନଙ୍କୁ ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ