କୃଷକମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଏବିଭିପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ସଂକଟମୟ ପରିସ୍ଥିତିରେ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,(ଏବିଭିପି) ତରଫରୁ କୃଷକମାନଙ୍କ ନିମନ୍ତେ ଉଦ୍ୟାନ କୃଷି ବିଭାଗ, ମସ୍ୟ ପାଳନ ବିଭାଗ, ବନ ବିଭାଗ, ପଶୁ ଚିକିତ୍ସା ବିଜ୍ଞାନ ବିଭାଗ ସମ୍ବନ୍ଧରେ ଥିବା ସମସ୍ୟା ନିମନ୍ତେ ଫୋନ କଲ୍ ମାଧ୍ୟମରେ ସେବା ଯୋଗାଇ ଦିଆଯିବ । ଏବିଭିପି ଏଗ୍ରିଭିଜନ ଫୋରମ ତରଫରୁ ହୋଇଥିବା ଏହି ହେଲ୍ପଲାଇନ ନମ୍ବର ଆଜିଠାରୁ ଜାରି ରହିବ । ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ସୂଚନା ନିମନ୍ତେ ପରାମର୍ଶ ନେଇପାରିବେ ବୋଲି ଏଗ୍ରିଭିଜନର ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ସୁଆର, ରାଜ୍ୟ ସହ ସଂଯୋଜିକା ଆଲେଖିକା ପଟନାୟକ, ରାଜ୍ୟ ସହ ସଂଯୋଜକ ସୂର‌୍ୟ୍ୟପ୍ରକାଶ କର, ଶକ୍ତିମାନ ଦାଶ ପ୍ରମୁଖ ମତ ପ୍ରକଟ କରିଛନ୍ତି । ଏହା ଦ୍ୱାରା କୃଷକମାନେ ଲାଭ ପାଇପାରିବେ । ପ୍ରତ୍ୟକ ଦିନ କୃଷକମାନେ ଫୋନ କଲ୍ ମାଧ୍ୟମରେ ନିଜ କୃଷି ଏବଂ ଆନୁସଙ୍ଗିକ ବିଷୟ ସହ ଜଡ଼ିତ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ଏହାର ସମାଧାନ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ