ମଦ ଦୋକାନ ନ ବନ୍ଦ କରିବା ନିମନ୍ତେ ଗଞ୍ଜାମ ଅବକାରୀ ଅଧିକ୍ଷୀକଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଂଚାୟତର ଅଧିନରେ ଥିବା ଶତୃଶୋଲ ରେ ଖୋଲାଯାଇଥିବା ଦ୍ୱିତୀୟ ମଦ ବିକ୍ରୟ କେନ୍ଦ୍ର କୁ ବିରୋଧ କରି ଗତକାଲି ଏକ ଗ୍ରାମର ସରପଂଚଙ୍କ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ଗଞ୍ଜାମ ଅବକାରୀ ଅଧିକ୍ଷୀକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଜି ଆଉ ଗୋଟିଏ ଗୋଷ୍ଠୀ ପକ୍ଷରୁ ଏହି ମଦ ବିକ୍ରୟ କେନ୍ଦ୍ରକୁ ନ ବନ୍ଦ କରିବା ନିମନ୍ତେ ଏକ ଦାବି ପତ୍ର ଗ୍ରାମର ଏସଏଚଜି ମହିଳା ମାନଙ୍କ ପକ୍ଷରୁ ଗଞ୍ଜାମ ଅବକାରୀ ଅଧିକ୍ଷୀକଙ୍କୁ ପ୍ରଦାନ କରାଯାଇଛି । ପଂଚାୟତ ଅଧିନରେ ଦୁଇଟି ମଦ ଦୋକାନ ଥିବାରୁ ବିପକ୍ଷ ଓ ସପକ୍ଷ ଗୋଷ୍ଠୀ ମଧ୍ୟରେ ରାଜନୈତିକ ବ୍ୟକ୍ତି ମାନେ ଜଡିତ ରହି ଏହାର ଫାଇଦା ଉଠାଉଥିବା ଜଣାପଡିଛି । ମଙ୍ଗଳବାର ଶତୃଶୋଲରେ ଖୋଲାଯାଇଥିବା ମଦ ଦୋକାନ କୁ ବନ୍ଦ ନ କରିବା ନେଇ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଗଞ୍ଜାମ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଅବକାରୀ ଅଧିକ୍ଷୀକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆମେ ଗରିବ ଖଟିଖିଆ ଶ୍ରେଣୀର ଲୋକ ଅଟୁ । ଆମ ସ୍ୱାମୀ ମାନେ ପରିଶ୍ରମ କରି ସନ୍ଧ୍ୟା ବେଳେ ମଦ ପିଇବା ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଏବଂ ରେଳବାଇ ଲାଇନ୍ ପାର ହୋଇ ଅନ୍ୟ ଜାଗାକୁ ଯିବା ଫଳରେ ବହୁ ଲୋକ ଦୁର୍ଘଟଣାରେ ଆହାତ ହେବା ସହ ଦୁର୍ଘଟଣାରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ଏହାକୁ ଉପଲବ୍ଧ କରି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଶତୃଶୋଲ ଗ୍ରାମରେ ମଦ ଦୋକାନ ଶାଖା ଖୋଲିବା ପାଇଁ ନିଷ୍ପତ୍ତି ନେଇ ଗତ ଚାରି ବର୍ଷ ହେଲା ଏହା ଚାଲୁ ରହିଛି । ଯାହା ଦ୍ୱାରା ଲୋକମାନେ ଶାନ୍ତି ଶୃଙ୍ଖଳା ସହ ମଦ ପିଇ ଘରେ ପହଂଚୁଛନ୍ତି । ତେଣୁ ଏହି ମଦ ଦୋକାନକୁ ବନ୍ଦ ନ କରିବା ନିମନ୍ତେ ସେମାନେ ଏହି ଦାବି ପତ୍ର ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସବିତା ଦାସ, ଲକ୍ଷ୍ମୀ ଦାସ, ଲଳିତା ଦାସ, ରୁପାଲି ଦାସ, ରଜନୀ ଦାସ, କସ୍ତୁରୀ ଦାସ, କୁନ୍ତି ଦାସ, ସୁଷମା ଦାସ ଓ ମିତା ଦାସଙ୍କ ସମେତ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ