ଘରକୁ ଯାଇ ଏତଲା ଗ୍ରହଣ କରିବ ପୋଲିସ: ଭୁବନେଶ୍ୱର ଡିସିପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କାଲିଠାରୁ ଲକ୍‌ଡ଼ାଉନ୍ ଆରମ୍ଭ ହେଉଥିବା ବେଳେ କରୋନାର ଦୃତ ସଂକ୍ରମଣ  ରୋକିବା ପାଇଁ ଭୁବନେଶ୍ୱରର କମିଶନରେଟ ପୋଲିସ ଲୋକଙ୍କ ସେବା ଓ ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛି । ଏବେ ଯଦି କୌଣସି ବ୍ୟକ୍ତିବିଶେଷ ଅଭିଯୋଗ ବା ଏଫ୍‌ଆଇଆର୍ ଦେବାର ଅଛି ତେବେ ପୋଲିସ ତାଙ୍କ ଘର ନିକଟୁ ଯାଇ ଉକ୍ତ ଏତଲାକୁ ଗ୍ରହଣ କରିବ ବୋଲି ଭୁବନେଶ୍ୱର ପୋଲିସ ଡିସିପି ଉମାଶଙ୍କର ଦାସ କହିଛନ୍ତି । ତେବେ ଏନେଇ ୧୦୦ ଡାଏଲ୍ କରିବେ କିମ୍ବା ଫୋନ୍ ଯୋଗେ ଉକ୍ତ ଅଞ୍ଚଳର ଥାନାକୁ ଯୋଗାଯୋଗ କରିବା ପରେ ଉ କ୍ତ ଥାନାରୁ ପୋଲିସ ଆସି ଆପଣଙ୍କ ଅଭିଯୋଗପତ୍ର ହସ୍ତଗତ କରିବେ । ଏନେଇ ହ୍ୱାଟ୍‌ସଆପ୍ ଜରିଆରେ ମଧ୍ୟ ଯୋଗାଯୋଗ କରିପାରିବେ । ତେବେ ଏନେଇ ଆପଣଙ୍କୁ ଥାନାକୁ ଆସିବାକୁ ପଡିବ ନାହଁ । ଆପଣଙ୍କ ଅଭିଯୋଗ ଫୋନ୍ ମାଧ୍ୟରେ ଜାଣିବା ପରେ ପୋଲିସ ନିଜେ ଆପଣଙ୍କ ଘରକୁ ଯାଇ ଉକ୍ତ ଏତଲାକୁ ଗ୍ରହଣ କରିବ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ