ପଞ୍ଚସୂତ୍ରୀ ନୀୟମକୁ ଅବମାନନା : ତଣ୍ଡ ଗଣିଲେ ୭ ଦୋକାନ

ତହସିଲ ଏନଏସି ଓ ପୋଲିସ୍ ପକ୍ଷରୁ ଯାଂଚ କଡାକଡି

ଛତ୍ରପୁର (ଦେବଦତ୍ତ ମହାରଣା): କୋରାନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଆସନ୍ତାକାଲି ଠାରୁ ୧୪ ଦିନିଆ ଲକଡାଉନ ଜାରି ହେବାକୁ ଯାଉଛି । ମେ ୧୯ ତାରିଖ ଯାଏଁ ଲକଡାଉନ ଏହି ଜାରି ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମେ ୨ ତାରିଖରେ ଘୋଷଣା କରାଯାଇଥିଲା । ଲକଡାଉନ ବେଳେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମେ ୫ ସକାଳ ୬ଟାରୁ ମେ ୧୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ନିଷ୍ପତ୍ତି ମଧ୍ୟ ଜାରି ରହିବ । ଏହି କ୍ରମେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କଟକଣା ଜାରି ରହିବ । ଜିଲ୍ଲାରେ କୋରାନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଛି । ଜିଲ୍ଲାରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଏବେ ଲକଡାଉନ ଯୋଗୁଁ କୋରନା ଚେନ ଭାଙ୍ଗିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ମେ ୫ ରେ ଲକଡାଉନ ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଗତକାଲି ଠାରୁ ଦୋକାନ ବଜାର ଜନଗହଳି ରହିଥିବା ହେତୁ କୋରନା ସଂକ୍ରମଣ ଆଶଙ୍କା ରହିଛି । ଏନେଇ ମଙ୍ଗଳବାର ପୋଲିସ ପ୍ରଶାସନ , ଛତ୍ରପୁର ତହସିଲ ଓ ଏନଏସି ପକ୍ଷରୁ ପଞ୍ଚସୂତ୍ରୀ ନୀୟମର କଡାକଡି ଯାଞ୍ଚ କରାଯାଇଛି । ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ସବ ଇନିସପେକ୍ଟର ସିଲୁ ଧଳ , ଛତ୍ରପୁର ଏନଏସିର ଟେକ୍ସ କଲେକ୍ଟର ଏସ.ଦାଲେୟା ରେଡ୍ଡୀ, ଯୁଗଳ କିଶୋରା ଦାସ ଓ ପ୍ରଭାକର ବେହେରାଙ୍କ ସମେତ ବହୁ ପୋଲିସ କର୍ମଚାରୀ ମାନେ ଛତ୍ରପୁର ସହର ଚାଲିଚାଲି ପରିକ୍ରମା କରି କୋଭିଡ ଗାଇଡ ଲାଇନର ତଦାରଖ କରିଥିଲେ । ଯେଉଁ ଦୋକାନୀ ମାନେ ଏହାର ଅବମାନନା କିମ୍ବା ପଞ୍ଚସୂତ୍ରୀ ନୀୟମ ଉଲ୍ଲଘଂନ କରିଛନ୍ତି । ସେମାନଙ୍କ ଠାରୁ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ସହିତ ୭ଟି ଦୋକାନ କୁ ଆଜି ଠାରୁ ମେ ୧୯ ତାରିଖ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା ଏନଏସି ପକ୍ଷରୁ ସୂଚନା ମିଳିଛି । ଛତ୍ରପୁର ଥାନା ପକ୍ଷରୁ ବିଭିନ୍ନ ଦୋକାନ ମାନଙ୍କ ଠାରୁ ୧୦ହଜାରଟଙ୍କା ଜରିମାନା ଆଦାୟ କାରଯାଇଥିବା ଏସଆଇ ସିଲୁ ଧଳ ସୂଚାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ