ଉପଜିଲ୍ଲାପାଳଙ୍କ ବାସଭବନ ସମେତ ସହରର ବିଭିନ୍ନ ସଂକ୍ରମିତ ଅଂଚଳ ବିଷୋଧନ

ଛତ୍ରପୁର (ଦେବଦତ୍ତ ମହାରଣା): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଜିଲ୍ଲାରେ ମଧ୍ୟ ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସଂକ୍ରମିତ ଅଂଚଳ ଗୁଡିକୁ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ବିଷୋଧନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ ବାସଭବନ ସମେତ ସହରର କୋର୍ପରେସନ୍ ସାହି, ମୁସିଲିକଣ୍ଠ ସାହି, ପୁରୁଣା ପୋଲିସ୍ ଲାଇନ୍ ପ୍ରଭୃତି ଅଂଚଳକୁ ଅଗ୍ନିଶ୍ରମ ବିଭାଗ ଦ୍ୱାରା ବିଷୋଧନ କରାଯାଇଛି । ପୂର୍ବରୁ ମଧ୍ୟ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହରର ବିଭିନ୍ନ ସଂକ୍ରମିତ ଅଂଚଳ ଗୁଡିକୁ ବିଷୋଧନ କରାଯାଇଥିଲା । ଏହି ବିଷୋଧନ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ଗୌରହରି ପଣ୍ଡାଙ୍କ ସମେତ ଏନଏସି କର୍ମଚାରି ଓ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ