ଅନସ୍ଲୋ ଅନୁଷ୍ଠାନ ଖେଳ ପଡିଆକୁ ସ୍ଥାନନ୍ତରିତ ହେଲା ପରିବା ମାର୍କେଟ

ଛତ୍ରପୁର (ଦେବଦତ୍ତ ମହାରଣା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟ ସରକାର ସାରା ରାଜ୍ୟକୁ ଆସନ୍ତା ମେ ୫ ତାରିଖ ଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ବେଳେ ଲୋକମାନେ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ଯାଇପାରିବେ ବୋଲି ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସହରର ଲୋକମାନେ ଯେପରି ସାମାଜିକ ଦୂରତା ରକ୍ଷା କରି ଅତ୍ୟାବଶ୍ୟକ ଜିନିଷ କ୍ରୟ କରିପାରିବେ ସେଥି ନିମନ୍ତେ ଛତ୍ରପୁର ଏନଏସି ପକ୍ଷରୁ ପରିବା ମାର୍କେଟକୁ ଅନସ୍ଲୋ ଅନୁଷ୍ଠାନ ଖେଳ ପଡିଆକୁ ସ୍ଥାନନ୍ତରିତ କରାଯାଇଛି । ଏନେଇ ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ