ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଗ୍ରାମର ଧର୍ମପରାୟଣ ବ୍ୟକ୍ତି କଳ୍ପତରୁ ଜେନା(୮୬)ଙ୍କର ସୋମବାର ରାତି ୧୦ଟା ବେଳେ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ୫ ପୁଅ, ବୋହୁ, ୨ ଝିଅ, ଜ୍ୱାଇଁ, ନାତିନାତୁଣୀ ଓ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ଅଭିମନ୍ୟୁ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ, ମେଳାପୀ ଓ କର୍ମଠ ବ୍ୟକ୍ତି ଥିଲେ । ଜୀବନରେ ସେ କେବେ ଡାକ୍ତରଖାନା ଦେଖିନଥିବା ପରିବାରଲୋକେ କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ