ବନ୍ତ ପୋଲିସ ପକ୍ଷରୁ ଜଳଛତ୍ର ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଏବେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବା ବେଳେ ବନ୍ତ ମେଡିକାଲ ଛକ ଠାରେ ବନ୍ତ ପୋଲିସ ପକ୍ଷରୁ ଜଳଛତ୍ର ଶିବିର ଖୋଲା ଯାଇଛି । ଆଇଆଇସି ମିନା ବିନ୍ଧାଣୀଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଖୋଲା ଯାଇଥିବା ଏହି ଶିବିରରେ ଏସ.ଆଇ. ପ୍ରସାଦ କୁମାର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରୁଛନ୍ତି । ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥରେ ଦୈନନ୍ଦିନ ଶହ ଶହ ଯାତ୍ରୀ ଯାତାୟତ କରୁଥିବା ବେଳେ ସାଧାରଣ ଲୋକେ ବଜାରକୁ ଆସିଥାନ୍ତି । ପୋଲିସ କର୍ମଚାରୀ ମାନେ ନିଜେ ଉପସ୍ଥିତ ରହି ସାଧାରଣ ଲୋକ ମାନଙ୍କୁ ଜଳ ଦାନ କରୁଛନ୍ତି । ଏଥିସହ କୋଭିଡ୍ ଗାଇଡ୍ ଲାଇନ ପାଳନ କରି ଜଳ ପାନ କରିବାକୁ ପରାମର୍ଶ ଦିଆଯାଉଛି । ବନ୍ତ ପୋଲିସର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ