ଗଣିଜାଙ୍ଗ-ରାମକୃଷ୍ଣପୁର ରାସ୍ତା ମରାମତି ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ-ରାମକୃଷ୍ଣପୁର ଗ୍ରାମ ଉନ୍ନୟନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ପ୍ରକାଶ ଯେ, ଗଣିଜାଙ୍ଗ ବଜାର ଠାରୁ ରାମକୃଷ୍ଣପୁର ପର୍ଯ୍ୟନ୍ତ ଯାଇଥିବା ୮ କିମି ରାସ୍ତା ଉପରେ ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ଆଦି ପଞ୍ଚାୟତର ଲୋକ ମାନେ ନିର୍ଭର କରି ଚଳିଥାନ୍ତି । ଏହି ରାସ୍ତାର ରୁପୁଡି ଆଦିବାସୀ ସାହି ଠାରୁ ନାରାୟଣପୁର ପର୍ଯ୍ୟନ୍ତ ୧ କିମି ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ୩ଟି ପଞ୍ଚାୟତର ଲୋକେ ଏହି ରାସ୍ତା ଦେଇ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଭଦ୍ରକ ଯାତାୟତ କରିଥାନ୍ତି । ଅସରାଏ ବର୍ଷାରେ ଉକ୍ତ ରାସ୍ତା ଉପରେ ୨ ଫୁଟ୍ ପାଣି ଜମି ରହିବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଖରାପ ରାସ୍ତା ଯୋଗୁ ବହୁ ସମୟରେ ଦୁର୍ଘଟଣା ମାନ ଘଟୁଥିବାର ଦେଖାଯାଉଛି । ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ