ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ୪ ଦିନ ହେବ ଟିକାକରଣ ବନ୍ଦ, ଆରଟିପିସିଆର ଟେଷ୍ଟ ହେଉନାହିଁ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଏବେ ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଦୈନନ୍ଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏପରିପକ୍ଷୀରେ ଭଦ୍ରକ ଜିଲା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଦିନ ହେବ ଟିକାକରଣ ବନ୍ଦ ରହିବା, ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାନଯିବା, ସପ୍ତାହରେ କେବଳ ୨ ଦିନ ଆଣ୍ଟିଜେନ୍ ପରୀକ୍ଷଣ କରାଯାଉଥିବା ନେଇ ସାଧାରଣଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟୟରେ ବରିଷ୍ଠ ନାଗରିକ, ପରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଇଛନ୍ତି । ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବନ୍ତ, ବସନ୍ତିଆ, ଟିଲୋ, ପଧାନପଡା, ନିଳୋକ, ସେଣ୍ଢତୀରା, ଛୟାଳସିଂ ଆଦି ପଞ୍ଚାୟତର ଶହ ଶହ ଲୋକେ ନିର୍ଭର କରିଥାନ୍ତି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଟି ପର୍ଯ୍ୟାୟ ଟିକାକରଣ ହୋଇଥିବା ବେଳେ ଆହୁରି ଅନେକ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟିକା ନେଇ ପାରିନାହାନ୍ତି । ଏବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାର ଅଭାବ ଯୋଗୁ ୪ ଦିନ ହେବ ଟିକାକରଣ ବନ୍ଦ ରହିଥିବା ବିଭାଗୀୟ କର୍ମଚାରୀ ସୂଚନା ଦେଇଛନ୍ତି । ଏନେଇ ଟିକାକରଣରୁ ବଞ୍ôଚତ ଥିବା ବ୍ୟକ୍ତି ଚିନ୍ତା ପ୍ରକଟ କରିଛନ୍ତି । ସେହିପରି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଟିପିସିଆର ଟେଷ୍ଟର ବ୍ୟବସ୍ଥା ନାହିଁ । ସପ୍ତାହରେ ଗୁରବାର ଓ ଶନିବାର ଦୁଇ ଦିନ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଫଳରେ ଲୋକ ମାନେ କୋଭିଡ୍ ପରୀକ୍ଷଣରୁ ବଞ୍ôଚତ ହେଉଛନ୍ତି । ଅପରପକ୍ଷେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ କୋଭିଡ୍ ଟେଷ୍ଟ ଚାଲିଥିବାରୁ ସେଠାରେ କୋଭିଡ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରୁଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ