ଓଡିଶା ବିଦ୍ୟୁତ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଶକ୍ତିମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କରୋନା ମହାମାରୀର କରାଳ ସମୟରେ ଯେତେବେଳେ ସାରା ପୃଥିବୀର ଜନ ସମାଜ ନିବୁଜ କୋଠରୀ ମଧ୍ୟରେ ରହି ମହାମାରୀ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ପ୍ରଚେଷ୍ଟା କରୁଥିଲେ ସେତେବେଳେ ବିଦ୍ୟୁତ କର୍ମଚାରୀମାନେ ନିଜ ଘରଦ୍ୱାର ଛାଡି ନିଶ୍ୱାର୍ଥପର ଭାବେ ନିଜ ଜୀବନକୁ ବିପନ୍ନକରି ସାରା ଓଡିଶାକୁ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇଦେଇଥିଲେ । ବିଭାଗର ସ୍ୱଳ୍ପ ସ୍ଥାୟୀ କର୍ମଚାରୀଙ୍କ ସମେତ ୭୦ଭାଗରୁ ଅଧିକ ଅଉଟସୋର୍ସ କର୍ମଚାରୀଙ୍କୁ ନେଇ ନିରନ୍ତର ସେବା ପ୍ରଦାନ ସହ କାର୍ଯ୍ୟ ସମ୍ପାଦନ ମଧ୍ୟ କରିଚାଲିଛନ୍ତି । ସଙ୍ଘ ପକ୍ଷରୁ ବିଦ୍ୟୁତ ବିଭାଗର ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାରଙ୍କ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଚାକିରୀ ପ୍ରଦାନ ସହ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରାଯିବା ଓ ଆଉଟସୋର୍ସ କର୍ମଚାରୀଙ୍କୁ ଅତିରିକ୍ତ ୧୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଶକ୍ତିମନ୍ତ୍ରୀଙ୍କ ଜରିଆରେ ସଙ୍ଘର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂହ ଏବଂ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ର ଉପରେ ସହୃଦୟତାର ସହ ବିଚାର କରାଯାଇ ବିଦ୍ୟୁତ କର୍ମଚାରୀଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ବିଦ୍ୟୁତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମାର ଜୀତେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ