ବାରାହା ଆକ୍ରମଣରେ ଜଣେ ଗୁରୁତର

କଳାହାଣ୍ଡିରୁ ରଜନୀକାନ୍ତ ମିଶ୍ର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନବିଭାଗ ଅଧୀନ ବେହେରା ସେକସନ୍ ଧଅରପୁର ବିଟ୍ ଅନ୍ତର୍ଗତ ଭାଳୁଚୁଆଁ ଗ୍ରାମର ଟଙ୍କଧର ଯୁଏଡ ନାମକ ଜଣେ ବ୍ୟକ୍ତି ଵାରାହା ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି।,ଆଜି ସକାଳୁ ସାହାଜଖୋଲ୍ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ନିଜ ଚାଷ ଜମିକୁ କାମ ପାଇଁ ଯାଇଥିବା ବେଳେ ହଠାତ୍ ବାରାହା ଆକ୍ରମଣର ଶିକାର ହୋଇଥିଲେ।ବର୍ତମାନ ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ତାଙ୍କ ଡ଼ାହାଣ ଗୋଡ଼,ମୁଣ୍ଡ ଓ ପଛ ପିଠିରେ ଗଭୀର ଆଘାତ ଲାଗି ଥିବା ବେଳେ ପ୍ରାଥମିକ ଚିକିତ୍ସା କରି ଧର୍ମଗଡ଼ ଡାକ୍ତର ଖାନା କୁ ରେଫର କରାଯାଇଛି। ଏ ସମ୍ପର୍କରେ ବେହେରା ସେକ୍ସନ ବନବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ନିୟମାନୁଯାୟୀ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଫୋନ୍ ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ