ଅଚଳ ହେବ ଏସବିଆଇର ସମସ୍ତ ଅନଲାଇନ ସେବା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌) : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବ୍ୟାଙ୍କର ଗ୍ରାହକମାନେ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଶୁକ୍ରବାର ଦିନ ଡିଜିଟାଲ୍ ସେବା ବ୍ୟବହାର କରିବାରେ ଅସମର୍ଥ ହେବେ। ଏନେଇ ଏସବିଆଇ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଟୁଇଟରେ ଲେଖାଯାଇଛି ଯେ, ‘ଆମେ ମେ’ ୭ ତାରିଖ ରାତି ୧୦ଟା ୧୫ରୁ ମେ’ ୮ ତାରିଖ ରାତି ୧ଟା ୪୫ମିନିଟ ମଧ୍ୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବୁ। ଏହି ସମୟ ମଧ୍ୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ /ୟୋନୋ/ ୟୋନୋ ଲାଇଟ / ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ ବୋଲି ଏସବିଆଇ ଟ୍ୱିଟ କରି ଜଣାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ