ବଙ୍ଗଳା ଲଢେଇର ବିଜୟ ସନ୍ଦେଶ

ରବି ନାରାୟଣ ପଣ୍ଡା

ଲମ୍ବା ସମୟ ଧରି ପଶ୍ଚିମବଙ୍ଗ ନିର୍ବାଚନ ରାଷ୍ଟ୍ରୀୟ ଗଣମାଧ୍ୟମରେ ଛାଇ ହୋଇ ରହିଛି । ଅନେକ ଦଳ ଓ ସଂଗଠନ ନିଜର ବିଚାର ଆଧାରରେ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରିଥିଲେ । ବୈଚାରିକ ମୈଦାନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ ଲଢେଇ ଅଧିକ ତୀବ୍ର ଥିଲା । କେବଳ ଏହି ଦୁଇ ଦଳ ସମ୍ମୁଖ ସମରରେ ଅବତୀର୍ଣ୍ଣ ହୋଇ ନଥିଲେ ବରଂ ସେମାନଙ୍କ ସହଯୋଗୀ ଶତାଧିକ ସଂଗଠନ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲେଇ ପଡିଥିଲେ । ତଥାକଥିତ କୃଷକ ନେତା ରାକେଶ ଟୀକାୟତ ଠାରୁ ଆରମ୍ଭ କରି ତେଜସ୍ୱୀ ଯାଦବ ପର୍ଯ୍ୟନ୍ତ ଅନେକ ଏନ୍‌ଜିଓ, ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଯୁଦ୍ଧଂ ଦେହି ମାନସିକତାରେ ନିର୍ବାଚନ ଲଢିଥିଲେ । ଗୋଟିଏ ପକ୍ଷ ନିଜକୁ ନିଜ ସଂଜ୍ଞାରେ ଧର୍ମନିରପେକ୍ଷ ମଂଚ ଭାବରେ ଅବିହିତ କରି ଥିବା ବେଳେ ଅନ୍ୟପକ୍ଷ ନିଜକୁ ରାଷ୍ଟ୍ରୀୟ ଶକ୍ତି ଭାବରେ ଅଭିହିତ କରିଥିଲେ । ତୃଣମୂଳ କଂଗ୍ରେସ ଲଗାତାର ପାଂଚ ବର୍ଷ ଧରି ରୋହଙ୍ଗିଆ, ବାଂଲାଦେଶୀ ଅନୁପ୍ରବେଶକାରୀ ଓ କଠୋର ପନ୍ଥୀ ଇସଲାମ ନେତା ଓ କର୍ମୀମାନଙ୍କୁ ସୁରକ୍ଷା ଦେଇ ଆସିଥିଲା । ନିର୍ବାଚନ ମଧ୍ୟ ସେହି ଆଧାରରେ ଲଢିଲା । ନିର୍ବାଚନ ପ୍ରଚାର ରଣନୀତି ରୁ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା । ସର୍ବାଧିକ ମୁସଲିମ ଲୋକଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ କରିଥିଲା । ବଙ୍ଗଳାର ଅସ୍ମିତାକୁ ନେଇ ମଧ୍ୟ ମମତା ବାନାର୍ଜୀ ଜୋରଦାର ଭାଷଣ ଦେଇଥିଲେ । ଭାରତୀୟ ଜନତା ପାର୍ଟି ଦୀର୍ଘ ୭୫ ବର୍ଷ ଧରି ହିନ୍ଦୁମାନଙ୍କ ଉପରେ ହୋଇଥିବା ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅତ୍ୟାଚାର ବିଷୟ ଉତ୍‌ଥାପନ କରିଥିଲା । ପଶ୍ଚିମବଙ୍ଗରେ ଚାଲିଥିବା ଦେଶ ବିରୋଧୀ ଗତିବିଧିକୁ ନିର୍ବାଚନରେ ମୁଖ୍ୟ ବିଷୟ କରିଥିଲା । ବଙ୍ଗଳାର ସମସ୍ୟା ଦେଶର ସମସ୍ୟା ଓ ଦେଶର ସମସ୍ୟା ବଙ୍ଗଳାର ସମସ୍ୟା ଏପରି ବିଚାରକୁ ନେଇ ନେତାଙ୍କ ଭାଷଣ ଶୁଣିବାକୁ ମିଳିଥିଲା ।
ନିର୍ବାଚନରେ ଉଭୟ ଦଳର ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ପରିଣାମ ମଧ୍ୟ ସେହି ଦୁଇ ଦଳଙ୍କ ସପକ୍ଷରେ ଗଲା । ନିଜକୁ ଅସଲି ଧର୍ମ ନିରପେକ୍ଷ ଦଳ ଭାବରେ ଚିତ୍ରଣ କରୁଥିବା କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ସମାପ୍ତ ହୋଇଗଲା । ସମ୍ୟବାଦ ଅପ୍ରାସଙ୍ଗିକ ହୋଇଗଲା । ତୃଣମୂଳ କଂଗ୍ରେସ ନିଜର ଆସନ ସଂଖ୍ୟା ୨୦୯ ରୁ ୨୧୩କୁ ଅର୍ଥାତ ପାଖାପାଖି ୨% ବଢେଇବାରେ ସଫଳ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ୩ ରୁ ୭୭ ଅର୍ଥାତ ପାଖାପାଖି ୨୬୦% ଆସନ ବଢାଇବାରେ ସଫଳ ହୋଇଛି । ଚଳିତ ନିର୍ବାଚନରେ ପ୍ରକୃତରେ କିଏ ବିିଜୟୀ ହୋଇଛି ପରିସଂଖ୍ୟନରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ପ୍ରସିଦ୍ଧ ଆମେରିକା ପତ୍ରକାର ଜନେଟ ଲେଭି ସଦ୍ୟ ପ୍ରକାଶିତ ତାଙ୍କର ପ୍ରବନ୍ଧରେ ବଙ୍ଗଳା ହିଂସା ଉପରେ ଏକ ତଥ୍ୟାତ୍ମକ ସମୀକ୍ଷା ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି କାଶ୍ମୀର ପରେ ପଶ୍ଚିମବଙ୍ଗ ସାମାଜିକ ସଂଘର୍ଷ ଆଡକୁ ଆଗଉଛି । ବଙ୍ଗଳା ବହୁତ ଶୀଘ୍ର ଏକ ଇସ୍ଲାମିକ ଦେଶ ହେବାକୁ ଯାଉଛି । ଦେଶର ବିଭାଜନ ସମୟରେ ମୁସଲିମ ଜନସଂଖ୍ୟା ୧୨% ଥିଲା, ଆଜି ତାହା ୨୭%ରେ ପହଁଚିଛି । ଯାହା ମୋଗଲସ୍ଥାନ ସ୍ୱପ୍ନକୁ ସାକାର କରିିବାକୁ ଯାଉଛି । ମମତା ବାନାର୍ଜୀ ସମ୍ଭବତଃ ଏପରି ଷଡଯନ୍ତ୍ରର ଉପକରଣ ସାଜିଛନ୍ତି । ପ୍ରତ୍ୟେକ ନିର୍ବାଚନରେ ତୃଣମୂଳ କଂଗ୍ରେସ ତାର ଆସନ ସଂଖ୍ୟା ଲଗାତାର ଭାବେ ବଢେଇ ଚାଲିଛି । କ୍ରମାଗତ ଭାବରେ ମୁସଲିମ ଭୋଟ ବ୍ୟାଙ୍କ ଉପରେ ନିର୍ଭରଶୀଳତା ବଢି ବଢି ଚାଲିଛି । ସରକାର ଉପରେ ସେମାନଙ୍କ ପ୍ରଭାବ ମଧ୍ୟ ବଢି ଚାଲିଛି । ଏହା ସତ୍ୟ ଯେ କଠୋରପନ୍ଥୀ ଇସଲାମ ଓ ଆନ୍ଦୋଳନଜୀବୀ ମାନଙ୍କ ଯୋଜନା ତୃଣମୂଳ କଂଗ୍ରେସକୁ ଆଧାର କରି ଆଗାମୀ ପାଂଚ ବର୍ଷ ପାଇଁ କ୍ଷମତା ଦଖଲ କରିବାରେ ସଫଳ ହୋଇଛି । କିନ୍ତୁ ଗତ ନିର୍ବାଚନରେ ରାଷ୍ଟ୍ରୀୟ ଶକ୍ତି ଅନେକାଂଶରେ ସଂଗଠିତ ହେବାର ସଫଳ ହୋଇଛନ୍ତି । ଅସହାୟ ସଜ୍ଜନ ଶକ୍ତି ପ୍ରଥମ କରି ସାହସ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିକୁ ପାଥେୟ କରି ଗୋଟିଏ କ୍ଷୀଣ ସ୍ରୋତ ମହାସ୍ରୋତରେ ପରିଣତ ହୋଇଛି । ଅନେକ ବର୍ଷ ଧରି ପାଶବିକ ଅତ୍ୟାଚାର ଆଧାରରେ ଯାହାକୁ ଅବଦମିତ କରି ରଖାଯାଇଥିଲା ତାହା ଏବେ ଆତ୍ମ ପ୍ରକାଶ କରିଛି । ନିର୍ବାଚନ ପୂର୍ବ ରୁ ହତ୍ୟା ଓ ବଳତ୍କାର ଚାଲୁଥିଲା ସମ୍ଭତଃ ଆଗାମୀ ପାଂଚ ବର୍ଷ ଚାଲିବ । ସବୁ ଦୃଷ୍ଟିରୁ ବିଚାର କଲେ ଏହି ନିର୍ବାଚନରେ ମମତାଙ୍କ ବିଜୟ ହୋଇପାରେ କିନ୍ତୁ ପଶ୍ଚିିମବଙ୍ଗର ପରାଜୟ ହୋଇଛି ।
ସାଲ, ଅଡା, ବାଲେଶ୍ୱର
ମୋ-୯୪୩୯୪୬୬୬୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ