ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ ଡୋଜ ଉପଲବ୍ଧ ରହିଛି

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ) : ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କୋଭିଡ-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅଗ୍ରଗାମୀ ରହିଛନ୍ତି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ବ୍ୟତୀତ, ଏବେ ଟିକାକରଣ ଭାରତ ସରକାରଙ୍କ ପାଞ୍ଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଉପାଦାନ ପାଲଟିଛି । ୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର‌୍ୟ୍ୟାୟ ୩ ରଣନୀତିର କାର‌୍ୟ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୮ ତାରିଖରୁ କୋଭିଡ ଟିକାକରଣ ପାଇଁ ନୂଆ ଯୋଗ୍ୟ ହିତାଧିକାରୀ ଗୋଷ୍ଠୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି । ହିତାଧିକାରୀମାନେ ସିଧାସଳଖ ଭାବେ କୋୱିନ ପୋର୍ଟାଲ ଅଥବା ଆରୋଗ୍ୟ ସେତୁ ଆପ ଜରିଆରେ ପଞ୍ଜୀକରଣ କରାଇ ପାରିବେ । ଭାରତ ସରକାର ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭.୦୨ କୋଟି ଟିକା ଡୋଜ ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬,୦୭,୯୪,୭୯୬ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) । ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ କୋଭିଡ ଟିକା ଡୋଜ (୯୪,୪୭,୬୧୪) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ (୩୬,୩୭,୦୩୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ