ହାରିଲେ ପ୍ରଧାନମନ୍ତ୍ରୀ ଓଲି

କାଠମାଣ୍ତୁ: ନେପାଳ ସଂସଦରେ ଆସ୍ଥା ହରାଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଆଜି ସେ ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ହେଁ ଏଥିରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ୯୩ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୨୪ ଭୋଟ ପଡ଼ିଛି। ୧୫ ଜଣ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ। ନେପାଳ ସଂସଦର ୨୭୧ ସଦସ୍ୟଙ୍କ ମଧ୍ୟରୁ ଆସ୍ଥା ଭୋଟ ବେଳେ ୨୩୨ ଜଣ ଉପସ୍ଥିତ ଥିଲେ। ଯେଉଁ ୨୮ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ ସେମାନେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ। ସେମାନଙ୍କୁ ହାଜର ପାଇଁ ହ୍ୱିପ ଜାରି କରାଯାଇଥିଲେ ହେଁ ସେମାନେ ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ। ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଆସ୍ଥା ଭୋଟରେ ହାରିବାକୁ ପଡ଼ିଛି।ଓଲି ଦୀର୍ଘ ୩୮ ମାସ କ୍ଷମତାରେ ରହିବା ପରେ ଆସ୍ଥା ଭୋଟରେ ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଛନ୍ତି। ଆସ୍ଥାରେ ହାରିଥିବାରୁ ଓଲି ନିଜର ଇସ୍ତଫା ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଦେବେ। ଏହାପରେ ରାଷ୍ଟ୍ରପତି ନୂଆ ସଂସଦ ଗଠନ କରିବାକୁ ସପ୍ତାହେ ସମୟ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ