ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ଯୋଜନାରେ ସାଢ଼େ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୯ ହଜାର କୋଟି ଟଙ୍କା ପଠାଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଯୋଜନାର ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରିଛନ୍ତି। ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩,୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ