ହତ୍ୟା ଉଦ୍ୟମ ଦଫା ଲାଗିବ ଅମାନିଆଙ୍କୁ

ଗୌହାଟୀ: ସାବଡ଼ ହେବେ ଅମାନିଆ । କରୋନା ସଂକ୍ରମଣ ବେଳେ କଟକଣା ଭାଙ୍ଗୁଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ୍‌ । ଯଦି କେହି କଟକଣା ଉଲ୍ଲଙ୍ଘନ କରି ଧରା ପଡ଼ିବ, ତା’ହେଲେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ମାମଲା କରାଯିବ ବୋଲି ଆଜି ଆସାମ ପୁଲିସ୍‌ ପକ୍ଷରୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୁଥିବାରୁ ଆସାମ ସରକାର କାଲି ଠାରୁ ରାଜ୍ୟରେ କଡ଼ା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଆସାମର ସହରାଞ୍ଚଳ ଓ ସେମି ଅର୍ବାନ ଏରିଆରେ ୧୫ ଦିନ ପାଇଁ କଟକଣା ଲାଗୁ ହେବଛ । ୧୫ ଦିନ ପାଇଁ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ । ସେହିପରି ଦିନ ୨ଟା ପରଠାରୁ ତା’ ପରଦିନ ଭୋର ୫ଟା ଯାଏ ସମସ୍ତ ଯାତାୟାତ ଓ ଦୋକାନ ବଜାର ବନ୍ଦ ରହିବ । ତେବେ କରୋନାକୁ ନେଇ ଏବେ ଅମାନିଆଙ୍କୁ ସାବାଡ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ