ଦିନକରେ ୧୦,୭୫୭ ନୂତନ ସଂକ୍ରମିତ, ୨୨ ମୃତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦,୭୫୭ ନୂଆ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୭୩୩ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ଘଟିଛି।ଏହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ । ଅନୁଗୋଳ ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜଣ ସଂକ୍ରମିତଙ୍କ ଜୀବନ । ପୁରୀ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଜଣ ଅଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୯୦୯ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୬୦୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୫୪, ବରଗଡ଼ରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗିରରୁ ୫୦୭, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୨୧୯, ଯାଜପୁରରୁ ୨୮୧, ଝାରସୁଗୁଡ଼ାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬, ନୟାଗଡ଼ରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୪୯୪ ଓ ସୋନପୁରରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୨୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ