ଆଜିଠୁ କରୋନା ଔଷଧ 2DGର ବଣ୍ଟନ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): କରୋନା ବିରୋଧୀ ଲଢ଼ଇରେ ଆଜିଠୁ ସାମିଲ ହେବ ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ହଜାର ପ୍ୟାକେଟ୍ ବିତରଣ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିରେ ବଣ୍ଟନ କରାଯିବ । ନିକଟରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ବା DCGI । କରୋନା ସଂକ୍ରମିତ ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ପ୍ରଭାବୀ ବୋଲି କହିଛି ଡିଆରଡିଓ । ରୋଗୀ ତୁରନ୍ତ ଆରୋଗ୍ୟ ହୋଇପାରୁଛନ୍ତି । 2DG ଔଷଧ ଅକ୍ସିଜେନ୍ ଉପରେ ରୋଗୀଙ୍କ ନିର୍ଭରତା ବି କମାଉଛି । ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିଲା । ୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧକୁ ହାଇଦ୍ରାବାଦର ପ୍ରଖ୍ୟାତ ଔଷଧ ନିର୍ମାତା ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ସହଯୋଗରେ ‘ଡିଆର୍‌ଡିଓ’ ଲ୍ୟାବ୍‌ ପ୍ରସ୍ତୁତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ